ଭୁବନେଶ୍ୱର,ତା.୧୧/୦୮: ଆଜି ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟପାଳ ଶ୍ରୀ ଗଣେଶି ଲାଲଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଛନ୍ତି । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପବିତ୍ର ରକ୍ଷାବନ୍ଧନରେ ଉପସଭାନେତ୍ରୀ ଶ୍ରୀମତୀ କାନନବାଳା ପଟ୍ଟନାୟକ, ଶ୍ରୀମତୀ ନିଅତି ଗିରି, ଶ୍ରୀମତୀ କସ୍ତୁରୀ ମିଶ୍ର, ସଂପାଦିକା ଶ୍ରୀମତୀ ରଶ୍ମିରେଖା ଦାସ, ଶ୍ରୀମତୀ ଇତିଶ୍ରୀ ଜେନା, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ମନ୍ଦାକିନି ପାତ୍ର, ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସୁଭାଷିନି ପୃଷ୍ଟି, ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ପ୍ରମୁଖ ରାକ୍ଷୀ ବାନ୍ଧି ଉତ୍ସବ ମନାଇଥିଲେ ।