Odisha news

ଗବେଷଣାରୁ ନୂଆ ଖୁଲାସା : ପ୍ରତିଦିନ ଖାଇ ସାରିବା ପରେ ଏହି ଗୋଟିଏ କାର୍ଯ୍ୟ କରିବା ଦ୍ୱାରା କଦାପି ବଢିବ ନାହିଁ ବ୍ଲଡ଼ ସୁଗାର

0

ଆପଣ ପ୍ରତିଦିନ ପ୍ରାୟ ଅଧଘଣ୍ଟା ଚାଲି ଥାଆନ୍ତି l ଏହାଦ୍ୱାରା ସ୍ୱାସ୍ଥ୍ୟ କୁ କିକି ଲାଭ ମିଳିଥାଏ ଏହି ବିଷୟରେ ଆପଣ ଜାଣିଛନ୍ତି l ସେହିଭଳି ନିୟମିତ ରାତ୍ରୀ ଭୋଜନ ପରେ ମଧ୍ୟ ୧୦ – ୧୫ ମିନିଟ ନିହାତି ଚାଲିବା ଜରୁରୀ l ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ରାତ୍ରୀ ଭୋଜନ ପରେ କାହିଁକି ଚାଲିବା ଆବଶ୍ୟକ ବିଷୟରେ କୁହାଯାଇ ଥିଲା l

– ସ୍ପୋର୍ଟ୍ସ ମେଡ଼ିସିନ ଜର୍ନାଲ ଅନୁସାରେ ଚାଲିବା ଦ୍ୱାରା ହୃଦୟ ସ୍ୱାସ୍ଥ୍ୟ ଠିକ ରହିବା ସହ ରକ୍ତ ଶର୍କରା ସନ୍ତୁଳିତ ରହିଥାଏ ବୋଲି କୁହାଯାଇଛି l ଏହି ଗବେଷଣାରେ କୁହାଯାଇଛି ଯେ ଦୀର୍ଘ ସମୟ ବସି ରହିବା ବଦଳରେ ଯଦି ସାମାନ୍ୟ ଚାଲିବା ତେବେ ଶରୀରକୁ ନିରୋଗୀ ରଖି ପାରିବା l

– ଏହି ଗବେଷଣାରେ କୁହାଯାଇଛି ଯେ ଯଦି ଆପଣ ଦୀର୍ଘ ସମୟ ଧରି ବସି ରହୁଛନ୍ତି ତେବେ ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ଖୁବ ପଡିଥାଏ l ଯଦି ଆପଣ ସାମାନ୍ୟ ଚାଲିବେ ତେବେ ଏହାଦ୍ୱାରା ଆପଣଙ୍କ ଶରୀର ଆକ୍ଟିଭ ରହିବ l ତେବେ ଏହା ଦ୍ୱାରା ବଡି ଆକ୍ଟିଭ ରହିଥାଏ ଓ ଆପଣଙ୍କ କୋଲେଷ୍ଟ୍ରଲ ଓ ବ୍ଲଡ଼ ସୁଗାର ହାଇ ଲେବଲ ର ସମୁଖୀନ ହେବାକୁ ପଡି ନଥାଏ l

– ଯଦି ଆପଣ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି କାମ କରୁଛନ୍ତି ତେବେ ସେଥିପ୍ରତି ସଚେତନ ରୁହନ୍ତୁ l ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସି ରହିବା ଉଚିତ ନୁହେଁ l କିଛି ସମୟ ବ୍ରେକ ନେଇ ଟିକେ ଟିକେ ଏପଟ ସେପଟ ହୁଅନ୍ତୁ l ଗବେଷଣା ରୁ ଜଣା ପଡିଛି ଯେ ଯଦି ଆପଣ ନିଜ କାର୍ଯ୍ୟରୁ ବ୍ରେକ ନେଇ ସାମାନ୍ୟ ଏପଟ ସେପଟ ହୋଇ ନଚାଲିବେ ତେବେ ବ୍ଲଡ଼ ପ୍ରେସର, କୋଲେଷ୍ଟ୍ରଲ, ଇନ୍ସୁଲିନ, ଗୁଲକୋଜ ବୃଦ୍ଧିର ଶିକାର ହେବେ l

– ଦୀର୍ଘ ସମୟ ଧରି ବସିବା ବଦଳରେ କମ ସମୟ ଠିଆହେବା ଦ୍ୱାରା ଶରୀର ବିଭିନ୍ନ ରୋଗରୁ ଦୂରେଇ ରହିଥାଏ l ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ l ଏହାଛଡା ଶରୀରରୁ ଇନ୍ସୁଲି ଓ ଗୁଲକୋଜ ପ୍ରଭାବ କମ ହୋଇଥାଏ l

– ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ରେ ଚାଲିବା, ବ୍ୟାୟାମ, କିମ୍ବା ଯୋଗାସନ ଇଟିଡି କରିବା ପାଇଁ ସମସ୍ତଙ୍କ ନିକଟରେ ସମୟର ଅଭାବ l ତେଣୁ ଅଫିସ ରେ ନିଜ କାର୍ଯ୍ୟ କରିବା ସମୟରେ କିଛି ସମୟ ବାହାର କରି ଆପଣ  ନିଜ କୁ ସୁସ୍ଥ ରଖିପାରିବେ l

Leave A Reply