ସୋର-୦୯/୦୮ : ସୋର ଥାନା ଅଧୀନ ଜାତୀୟ ରାଜପଥ ଚଡକମରା ଛକରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଗଟିଛି । ସିମୁଳିଆ ଥାନା ଅଧୀନ ସବଙ୍ଗ ପଞ୍ଚାୟତ ସାହିଗାଁ ଗ୍ରାମର କାହ୍ନୁ ଚରଣ ଶଂଖୁଆଙ୍କ ପୁଅ ବଳରାମ(୪୦) ବାଇକ୍ ନେଇ ସୋର ଆଡକୁ ଆସୁଥିବା ବେଳେ ପଛରୁ ଏକ ମାଲ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଏଥିରେ ଗୁରୁତର ହୋଇଥିବା ବଳରାମଙ୍କୁ ହେଲ୍ପିଙ୍ଗ୍ ହ୍ୟାଣ୍ଡ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଉଦ୍ଧାର କରି ସୋର ଡାକ୍ତରଖାାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋର ପୁଲିସ ଖବର ପାଇ ଦୁର୍ଘଟଣାର ତଦନ୍ତ କରୁଛି ।