ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଫରେଷ୍ଟ ସେକ୍ସନ୍ ଅଧିନ କଙ୍କିଳି ଗ୍ରାମ ଦନାର ପୋଖରୀ ରେ ୫ଟି ହାତୀ ପାଣି ପିଇବାକୁ ଆସି ଫସି ଯାଇଥିଲେ ପରଜଙ୍ଗ ବ୍ଲକ ରେ ହାତୀ ଉପଦ୍ରବ ଦିନ କୁ ଦିନ ବଢିବା ରେ ଲାଗିଥିବା ବେଳେ ଆଜି ସକାଳୁ ୫ ଟିକିଆ ପଲ କଙ୍କିଳି ଗ୍ରାମ ଦନାର୍ ପୋଖରୀ ରେ ହାତୀ ଫସି ଯାଇଥିଲେ । ଆଜି ଲୋକ ସକାଳୁ ବିଲକୁ ଚାଷ କାର୍ଯ୍ୟରେ ଗଲା ବେଳେ କୁ ହାତୀ କୁ ଦେଖି ଭୟଭିତ ହୋଇ ଗାଁ ରେ ଆସି କହିଥିଲେ । ସୂଚନା ପାଇଁ ଫରେଷ୍ଟ ଗାର୍ଡ ଆସି ପହଞ୍ଚି ହାତୀ କୁ ଜଗି ରହିଥିଲେ ଲୋକଙ୍କ ଗହଳି ପ୍ରବଳ ଥିବାରୁ ହାତୀ ପୋଖରୀ ରୁ ବାହାରୁ ନଥିଲେ ବାଣ ଫୁଟାଇ ସାଇରନ୍ ବଜାଇ ଯେତେ ଯାହା ଚେଷ୍ଟା କରିଥିଲେ ମଧ୍ୟ ହାତୀ ଲୋକ ଙ୍କୁ ଦେଖି ହାତୀ ପୋଖରୀ ରୁ ବାହାରି ନଥିଲେ ବହୁ ସମୟ ପରେ ଲୋକଙ୍କ ଗହଳି ଭାଙ୍ଗିଲା ପରେ ହାତୀ ପାଣି ରୁ ଉଠି ଜଙ୍ଗଲ ଭିତର କୁ ଯାଇଛନ୍ତି ବୋଲି ସୂଚନା ମିଳିଛି ।