Odisha news

ମୋ ବସ ଧକ୍କାରେ ଜଣେ ଗୁରୁତର ୨ଆହାତ, ସ୍ଥାନୀୟ ଲୋକ ଙ୍କ ଉତ୍ତେଜନା

0
ବାରଙ୍ଗ :  ବସ ଚାଳକଙ୍କ ବେପରୁଆ ଗାଡ଼ି ଚାଲାଣ ଯୋଗୁ ଆଜି ଗୋଟେ ନୁହେଁ ଦୁଇଟି ଦୁର୍ଘଟଣା ଘଟିଛି । ଜଣେ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି । ମୋ ବସ ଚାଳକ ଜଣଙ୍କୁ ଧକ୍କା ଦେଇ ପାଲେଇଯାଉଥିବା ବେଳେ ଗୋଟିଏ ବାଇକ କୁ ପୁଣି ଧକ୍କା ଦେଇଥିଲା ।ବାଇକ ରେ ଯାଉଥିବା ଦୁଇଜଣ ଛିଟିକି ପଡ଼ିଥିଲେ । ଯାହାକୁ ନେଇ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା ।
ଘଟଣା ରୁ ଜଣାପଡେ ଶୁକ୍ରବାର ଓଡି୩୩-ଭି-୪୫୭୭ନଂ ମୋବସଟି ସକାଳ ୮ଟା ସୁଦ୍ଧା ମାଷ୍ଟରକ୍ୟାଂଟିନରୁ  ନନ୍ଦନକାନନକୁ ଯାତ୍ରୀ ନେଇ ଆସୁଥିଲା ।ରଘୁନାଥପୁର ଗାଁମୁଣ୍ଡରେ ଜଣେ ଶ୍ରମିକ ସାଇକେଲରେ ଖାଇବାକୁ ନେଇ କାମକରିବାକୁ ଆସୁଥିବାବେଳେ ପଛପଟରୁ ତାଙ୍କୁ ଧକ୍କାଦେଇଥିଲା ।ଫଳରେ ସାଇକେଲଟି ଭାଙ୍ଗିଯିବା ସହ ସେ ଛିଟିକିପଡି ରକ୍ତାତ ହୋଇ ରାସ୍ତାକଡରେ ପଡିଥିଲେ । ଘଟଣା ସ୍ଥଳରୁ ମୋ ବସ ଚାଳକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ସମୟରେ ଏକ ବାଇକରେ ଆସୁଥିବା ଦୁଇଜଣଙ୍କୁ ବସଟି ସାଇଡ ମାରିବାରୁ ସେମାନେ ସେହିଯାଗାରେ ଛିଟିକି ହୋଇ ପଡିଥିଲେ । ଦୁର୍ଘଟଣା ଘଟାଇଥିବା ମୋବସ ଚାଳକ ବସଟିକୁ ରଖି ରକ୍ତାତ ହୋଇପଡିଥିବା ବ୍ୟକ୍ତିଙ୍କ ପାଖକୁ ଆସି ତାଙ୍କର ଚିକିସ୍‌ାପାଇଁ ବ୍ୟବସ୍ଥା ନକରି ଘଟଣାସ୍ଥଳରୁ ଖସି ପଳଇବାକୁ ଉଦ୍ୟମ କରିଥିଲା ।ଦୁର୍ଘଟଣାର ଶିକାର ହୋଇଥିବା ବାଇକଚାଳକ କାଳବିଳମ୍ଭ ନକରି ବସ ଆଗରେ ତାଙ୍କର ବାଇକକୁ ରଖିବା ଫଳରେ ବାସଟି ଯାଇପାରିନଥିଲା । ଅନ୍ୟପଟେ ସ୍ଥାନୀୟ ଲୋକାମାନେ ୧୦୮ଆମ୍ବୁଲାନ୍ସ ଡକାଇ ଗୁରୁତର ଆହତ ହୋଇଥିବା ବ୍ୟକ୍ତିକୁ ଚିକିସ୍‌ା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ ।
ଏହାପରେ ଧିରେଧିରେ ଏହି ରାସ୍ତାରେ ଯାଉଥିବା ବାଇକଚାଳକମାନଙ୍କ ସହ ସ୍ଥାନୀୟ ଲୋକମାନଙ୍କର ଭିଡ ହୋଇଥିଲା ।ଲୋକମାନଙ୍କର  ଭିଡ ଦେଖି ମୋବସଚାଳକ ବସକୁ ଆଗକୁ ନେବାକୁ ପୁନର୍ବାର ଉଦ୍ୟମ କରିବାରୁ ଉପସ୍ଥିତ ଲୋକମାନେ ଉତେଜିତ ହୋଇପଡିବା ସହ ନନ୍ଦନକାନନ କୁ ଆସୁଥିବା ସମସ୍ତ ମୋବସକୁ ଅଟକାଇଥିଲେ ।ଦ୍ରୁତଭାବରେ ଗାଡି ଚଳାଇବା, ମନଇଛା ରାସ୍ତାମଝିରେ ଆଗପଛ ନଦେଖି ଗାଡିରଖିବାଦ୍ୱାରା ଦୁର୍ଗଟଣା ବଢୁଛି ବୋଲି ଉତ୍ୟକ୍ତ ଲୋକମାନେ ଅଭିଯୋଗ କରିବା ସହ ଆହତ ବ୍ୟକ୍ତିଙ୍କୁ କ୍ଷତିପୁରଣ ପାଇଁ ଦାବୀ କରିଥିଲେ ।ଖବରପାଇ ନନ୍ଦନକାନନଥାନାପୋଲିସ ଆସି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଜା କରିବା ସହ ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ କରିବା ପରେ ୧ଘଂଟାପରେ ରାସ୍ତାରୁ ମୋବସ ହଟିଥିଲା ।
Leave A Reply