Odisha news

Vivo ମୋବାଇଲି ଫାଟି ଯୁବବ୍ୟବସାୟୀ ଗୁରୁତର

0

କାକଟପୁର 28/7 ବିଭିନ୍ନ ସମୟରେ ମୋବାଇଲ ଫାଟିବା, ଜଳିବା ଭଳି ଖବର ଥିବା ବେଳେ ଆଜି ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବ ବ୍ୟବସାୟୀ l ଘଟଣା ଟି କାକଟପୁର କଲେଜ ଛକ ର ଯୁବ ବ୍ୟବସାୟୀ ବାସୁଦେବ ମିଶ୍ର ସାଙ୍ଗ ସାଥିମାନଙ୍କ ସହ ବସିଥିବା ବେଳେ ପକେଟରେ ଥିବା (Vivo y 20) ମୋବାଇଲ ଟି ହଠାତ୍ ଫାଟି  ଜଳିବାକୁ ଲାଗିଥିଲା l ସାଙ୍ଗ ମାନଙ୍କ ଉପସ୍ଥିତ ବୁଧି ଯୋଗୁଁ ସାଙ୍ଗେ ସାଙ୍ଗେ ପ୍ୟାଣ୍ଟ ଟିକୁ ଚିରି ଫୋପାଡ଼ି ଦେଇଥିଲେ ଓ ସାଙ୍ଗେ ସାଙ୍ଗେ ବାସୁଦେବଙ୍କୁ ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରିଥିଲେ l ତାଙ୍କର ଜଙ୍ଘ ର କିଛି ଅଂଶ ପୋଡି ଯାଇଥିବା ବେଳେ, ଚିକିତ୍ସା ପରେ ବାସୁଦେବ ସୁସ୍ଥ ଥିବା ଜଣାପଡିଛି l

Ad2
Leave A Reply