Odisha news

ରଣପୁର କଲେଜ ର 44 ତମ ପ୍ରତିଷ୍ଠା ଦିବସ : ଅତିଥି ଭାବେ ଯୋଗଦେଲେନି ବିଧାୟକ ଓ ଜିଲ୍ଲା ପରିଷଦ ଅଧକ୍ଷ

0
ରଣପୁର : ରଣପୁର ମହାବିଦ୍ୟାଳୟ ର 44 ତମ ପ୍ରତିଷ୍ଠା ଦିବସ ଉତ୍ସବ  ରଣପୁର କଲେଜ ପରିସରରେ ଥିବା ସମ୍ମୀଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି.  ଏହି ଉତ୍ସବ ରେ  ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ମହାନ୍ତି ଓ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କୁ   ଅତିଥି ଭାବେ ଯୋଗ ଦେବା ପାଈଁ  କାର୍ଯ୍ୟକ୍ରମ ରଖାଯାଇ ରଣପୁର କଲେଜ ତରଫରୁ  ନିମ୍ମତ୍ରିତ କରାଯାଇଥିଲା   କିନ୍ତୁ  ଉଭୟ କାର୍ଯ୍ୟ ବ୍ୟସ୍ତତା ଆଳ ରେ ଉକ୍ତ  କାର୍ଯ୍ୟକ୍ରମ ରେ ଯୋଗ ଦେଇନଥିଲେ  ଯାହାକୁ ନେଇ  ଏନ. ଏସି ଅଧକ୍ଷା ଙ୍କୁ ନିମ୍ମତ୍ରିତ କରାଯାଇନଥିବା ଓ କଲେଜ ଛାତ୍ର ଛାତ୍ରୀ ଅନୁପସ୍ଥିତ କୁ ନେଇ ଅସନ୍ତୋଷ ଦେଖାଦେଇଥିଲା ଏବଂ  କିଛି ପୂର୍ବତନ ଛାତ୍ର ଏହାକୁ ନେଇ  ହୋ ହାଲା କରିଥିଲେ ଯାହାକୁ ନେଇ ରଣପୁର ରେ ଏନ. ଏସି ଅଧକ୍ଷା ଙ୍କୁ ଡକାଯାଇ ନଥିବା ରୁ ବିଧାୟକ ଓ ଜିଲ୍ଲା ପରିଷଦ ଅଧକ୍ଷ ଯୋଗ ଦେଇ ନଥିବା ଚର୍ଚ୍ଚା  ଜୋର ଧରିଛି. ତେଵେ ଏ ନେଇ ଜିଲ୍ଲା ପରିଷଦ ଅଧକ୍ଷ ଙ୍କୁ ପଚାରିବାରୁ ସେ କଲେଜ ତରଫରୁ ନିମ୍ମତ୍ରିତ ହୋଇଥିବା ସ୍ୱୀକାର କରିବା ସହ କଲେଜ ର ନିର୍ଦ୍ଧାରିତ ସମୟ ପରିବର୍ତନ ଯୋଗୁ ଅନ୍ୟ ଏକ କାର୍ଯ୍ୟକ୍ରମ ଥିବାରୁ ଯୋଗଦେଇ ପାରିନଥିବା କହିବା ସହ ଦୁଃଖ ପ୍ରକାଶ କରିଛନ୍ତି. ଅପରପକ୍ଷେ ବିଧାୟକ ଙ୍କ ପତ୍ରୀକ୍ରିୟା ପାଈଁ  ଯୋଗା ଯୋଗ କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପରି ନଥିଲା ଏବଂ ରଣପୁର କଲେଜ ପ୍ରିନସପାଲ ଡ଼ଃ ନିରଞ୍ଜନ ଗୁରୁ ଙ୍କୁ ପଚାରିବାରୁ ସେ କଲେଜ ତରଫରୁ ଦିଆ ଯାଇଥିବା ସମୟ ରେ ପରିବର୍ତନ ହୋଇ ନଥିବା କହିବା ସହ କଲେଜ ତରଫରୁ ଡକା ଯାଇଥିଲେ ସୁଦ୍ଧା  ବିଧାୟକ ଓ ଜିଲ୍ଲା ପରିଷଦ କାହିଁକି ଆସିଲେ ନାହିଁ  ବୋଲି ଅସନ୍ତୋଷ  ପ୍ରକାଶ କରିବା ସହ ବିଧାୟକ ଙ୍କୁ ପ୍ରଶଂସା କରି   ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ  ରଣପୁର କଲେଜ ପ୍ରତି ଅବଦାନ ଯଥା ରଣପୁର କଲେଜ ଜାଗା କୁ କଲେଜ ନାମରେ କରିବା ଓ 30ଲକ୍ଷ ଟଙ୍କା ର ଅନୁଦାନ ପ୍ରଦାନ ପାଈଁ ସ୍ଵର୍ଣକ୍ଷରେ ଲିପି ବଧ ହୋଇ ରହିବ ବୋଲି କହିଛନ୍ତି  ଏବଂ କଲେଜ ଛାତ୍ର ଛାତ୍ରୀ ଙ୍କୁ ଏଥିରେ ସାମିଲ ନକରିବା ନେଇ ଅସନ୍ତୋଷ ଦେଖା ଦେଇଛି
Ad2
Leave A Reply