Odisha news

କେଉଁ ପୁସ୍ତକଟିକୁ ସର୍ବଦା ନିଜ ସହିତ ରଖି ଥାଆନ୍ତି ଭାରତର ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ନୂଆଦିଲ୍ଲୀ : ଓଡିଶା ମାଟି ର ଝିଅ ଦ୍ରୌପଦୀ ମୁର୍ମୁ ବର୍ତମାନ ଭାରତର ନୂତନ ରାଷ୍ଟ୍ରପତି ଅଟନ୍ତି l ସେ ଓଡ଼ିଶାର ମୟୁରଭଞ୍ଜ ଜିଲାରେ ଗୋଟିଏ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ l ପିଲାଟି ବେଳରୁ ଅନେକ ଅସୁବିଧାର ସମୁଖୀନ ହୋଇ ସେ ଶିକ୍ଷା ଗ୍ରହଣ କରିଥିଲେ l ରମାଦେବୀ ମହିଳା ବିଦ୍ୟାଳୟ ରେ ସେ ସମୟରେ ସ୍ନାତକ ପାସ କରିବା ପରେ ଦ୍ରୌପଦୀ ଓଡିଶା ସରକାର ଙ୍କ ନିକଟରେ ଇରିଗେସନ ଓ ବିଜୁଳି ବିଭାଗରେ କାର୍ଯ୍ୟ କରିଥିଲେ l

ସେ ୧୯୯୭ ରେ ମୟୁରଭଞ୍ଜ ଜିଲ୍ଲାରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ l ଏହାପରେ ସେ ରାଜନୀତିରେ ଜଣେ କୁଶଳ ସଦସ୍ୟ ଭାବରେ କାର୍ଯ୍ୟ ଦକ୍ଷତା ଦେଖାଇ ଥିଲେ l ଦ୍ରୌପଦୀ ଓଡ଼ିଶାରେ ବିଜେପି ଓ ବିଜେଡି ମେଣ୍ଟ ସରକାରରେ ବାଣିଜ୍ୟ ଓ ପଶୁ ପାଳନ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି l ୨୦୧୭ ରେ ଦ୍ରୌପଦୀ ଙ୍କୁ ଓଡିଶା ବିଧାନସଭା ରେ ସର୍ବଶ୍ରେଷ୍ଠ ବିଧାୟକ ସମ୍ମାନ ମଧ୍ୟ ମିଳିଛି l

ସେ ଶ୍ୟାମ ଚରଣ ମୁର୍ମୁଂକୁ ବିବାହ କରିବା ପରେ ତାଙ୍କର ଦୁଇଟି ପୁତ୍ର ସନ୍ତାନ ଓ ଗୋଟିଏ କନ୍ୟା ସନ୍ତାନ ହୋଇଥିଲେ l କିନ୍ତୁ ଦୁଃଖର ବିଷୟ ହେଲା ସେ ସ୍ୱାମୀ ଓ ୨ପୁତ୍ର ଙ୍କୁ ହରାଇ ସାରିଛନ୍ତି l ତାଙ୍କ କନ୍ୟା ଇତିଶ୍ରୀ ଗଣେଶ ହେମ୍ବ୍ରମ ଙ୍କୁ ବିବାହ କରିଛନ୍ତି l

ଦ୍ରୌପଦୀଙ୍କ ଜୀବନ ଚର୍ଯ୍ୟା ଖୁବ ସରଳ ଅଟେ l ସେ ଭୋର ୩ଟା ରୁ ନିଜର ଜୀବନ ଚର୍ଯ୍ୟା ଆରମ୍ଭ କରିଥାଆନ୍ତି l ପ୍ରଜାପିତା ବ୍ରହ୍ମକୁମାରୀ ଦୀକ୍ଷାରେ ଅନୁପ୍ରାଣିତ ହୋଇଥିବା ଦ୍ରୌପଦୀ ନିଜ ପାଖରେ ସର୍ବଦା ବ୍ରହ୍ମକୁମାରୀ ଙ୍କ ଜ୍ଞାନ ପୁସ୍ତକ ରଖି ଥାଆନ୍ତି l ଯାହା ତାଙ୍କର ଜୀବନ କୁ ପଥ ପ୍ରଦର୍ଶନ କରାଇଥାଏ l

Leave A Reply