Odisha news

୪ଟି ସନ୍ତାନର ଜନକ ହୋଇ ମଧ୍ୟ ମିଥୁନ ଚକ୍ରବର୍ତୀ ଆଜି ପର୍ଯ୍ୟନ୍ତ ଶୁଣି ପାରିଲେନି ବାପା ଡାକ, କଣ ରହିଛି ଏହା ପଛର କାରଣ

0

ନୂଆଦିଲ୍ଲୀ : ମିଥୁନ ଚକ୍ରବର୍ତୀ ବଲିଉଡ ର ଜଣାଶୁଣା କଳାକାରଙ୍କ ମଧ୍ୟରୁ ଗୋଟିଏ l ଯିଏକି ନିଜ କ୍ୟାରିଅର ରେ ଅନେକ ହିଟ ଚଳଚିତ୍ର ଦେଇଛନ୍ତି l ସେ ଆଜିକାଲି ଚଳଚିତ୍ର ରେ ତ ନଜର ଆସୁ ନାହାନ୍ତି, କିନ୍ତୁ ଅନେକ ଟିଭି ଶୋ ରେ ଜଜ  ଭୂମିକାରେ ନଜର ଆସୁଛନ୍ତି l ସେ ଏକଦା ଗୋଟିଏ ଶୋ ରେ ନିଜର ପର୍ଶନଲ ଲାଇଫ କୁ ନେଇ କିଛି ତଥ୍ୟ ଦେଇଥିଲେ, ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ପିଲାମାନେ ତାଙ୍କୁ ବାପା ଡାକି ନଥାଆନ୍ତି l

ଏହି ଘଟଣାଟି ୨୦୧୯ ର, ଟିଭିର ଡ୍ୟାନ୍ସ ରିଆଲିଟି ଶୋ ‘ସୁପର ଡ୍ୟାନ୍ସର’ ରେ ମିଥୁନ ଚକ୍ରବର୍ତୀ ସ୍ପେଶାଲ ଗେଷ୍ଟ ଭାବରେ ନଜର ଆସିଥିଲେ l ସେ ଯେଉଁଠି ନିଜ ପିଲାଙ୍କ ସହିତ ସମ୍ପର୍କ କୁ ନେଇ କିଛିଟା ତଥ୍ୟ ଦେଇଥିଲେ l

ସେ ଏହି ଶୋ ରେ କହିଥିଲେ ଯେ ତାଙ୍କ ବଡ ପୁଅ ଖୁବ ଡେରିରେ କଥା କହିବା ଆରମ୍ଭ କରିଥିଲା l ୪ ବର୍ଷର ହୋଇଥିଲେ ମଧ୍ୟ କଥା କହି ପାରୁ ନଥିଲା, ଦିନେ ଅଚାନକ ଭାବରେ ତା ପାଟିରୁ ମିଥୁନ ବାହାରି ଥିଲା l ଏହାପରେ ଡାକ୍ତର କହିଥିଲେ ସେ ଯାହା କହୁଛି ତାକୁ କହିବାକୁ ଦିଅ l ଏହାପରେ ସେ ବଡ ହେବା ପରେ ମଧ୍ୟ ବାପା ବଦଳରେ ମିଥୁନ ଡାକି ଥିଲେ l

ଏହାପରେ ମିଥୁନ କହିଥିଲେ ବଡପୁଅ କୁ ମିଥୁନ ଡାକୁ ଥିବାର ଦେଖି ଅନ୍ୟାପିଲା ମାନେ ମଧ୍ୟ ନାଁ ଧରି ମିଥୁନ ଡାକିଥିଲେ l

Nalco
Leave A Reply