Odisha news

ଫାଶୀମାଲ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ

0
ଜମନକିରା,୨୩/୭: ଜମନକିରା ବ୍ଲକ ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ସରଡ଼ା ପଞ୍ଚାୟତ ଅଧିନସ୍ଥ ସରଡ଼ା ଗ୍ରାମ ଏବଂ ବଡରମା ପଞ୍ଚାୟତ ଅଧିନସ୍ଥ ପଥୁରିଆ ,ଟନସରା ଏବଂ ଗନ୍ତାବ ଗ୍ରାମ ଦୁର୍ଘମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଫାଶୀମାଲ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡ଼.ଶରତ କୁମାର ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଵିପିଏମ, ଭିବିଡ଼ିଟିଏସ, ପିଏଚ୍ଇଓ ସ୍ୱାସ୍ଥ୍ୟ କର୍ମୀ ଆଶା ଓ ଅଙ୍ଗନୱାଡି କର୍ମି ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗାଁର ସମସ୍ତ ଲୋକମାନଙ୍କର ରକ୍ତ ପରୀକ୍ଷା କରାଯାଇଥିଲା। ଗର୍ଭବତୀ, ପ୍ରସ୍ତୁତୀ ମା’ ଛୋଟ ଶିଶୁ, କିଶୋର ବାଳିକା ମାନଙ୍କର ଓଜନ, ହିମୋଗ୍ଲୋଵିନ, ଉଚ୍ଚତା ବ୍ଲଡପେସାର, ସୁଗର ଇତ୍ୟାଦି ପରିକ୍ଷନ କରାଯାଇଥିଲା। ଗ୍ରାମର ଲୋକ ମାନଙ୍କୁ ସଚେତନ କରିବା ନିମନ୍ତେ ଏକ ପ୍ରଥପ୍ରାନ୍ତ ନାଟକ ପରିବେକ୍ଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟି ୧୪/୦୭ ରୁ ଆରମ୍ଭ ହୋଇ ୨୩/୦୭ ରେ ଶେଷ ହେବ ।
Leave A Reply