ଛତ୍ରପୁର ୨୩/୭ : ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ସିପିଆଇ ଯୁବ ନେତା ସ୍ୱର୍ଗତ ସାକୁରା ବେହେରାଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଇନଜୀବୀ ଡି. ଆଦି ନାରାୟଣ ରେଡ୍ଡୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍୍. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନ୍ ସମ୍ପାଦକ ଏସ୍. କ୍ରିଷ୍ଣା ରେଡ୍ଡୀ, ଗଞ୍ଜାମ ଜୋନ୍ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ରଥ, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଦୁର୍ଯ୍ୟୋଧନ ପରିଡା, ଆଦିତ୍ୟ ପ୍ରସାଦ ମିଶ୍ର, କୈଳାଶ ପଲାଇ ଓ ଏସ. ତ୍ରିନାଥ ରେଡ୍ଡୀ ଙ୍କ ସମେତ ବହୁ ଦଳୀୟ ଓ ନେତା କର୍ମୀ ମାନେ ଯୋଗ ଦେଇ ସିପିଆଇ ଯୁବ ନେତା ସ୍ବର୍ଗତ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ସାକୁରା ବେହେରା ଜଣେ ସମାଜସେବୀ ସାଙ୍ଗ କୁ ଜଣେ ପୁରୁଖା ନେତା ଭାବେ ଅଂଚଳରେ ସୁପରିଚିତ ଥିଲେ ।