Odisha news

ଗଲବ୍ଲାଡର ଷ୍ଟୋନ କଣ ଓ ଜାଣନ୍ତୁ ଏହାର କାରଣ ଓ ଜାଣନ୍ତୁ ଏଥିରୁ କିପରି ରକ୍ଷା ପାଇବେ

0

ଆଜିକାଲି ଅଧିକାଂଶ ଲୋକଙ୍କର ଗଲବ୍ଲାଡର ରେ ଷ୍ଟୋନ ସମସ୍ୟା ଦେଖାଯାଉଛି l ବିଶେଷ ଭାବରେ ଶରୀରରେ ହାନିକାରକ ପଦାର୍ଥ ଅର୍ଥାତ ଅପସିସ୍ଟ ଜମିବା ଦ୍ୱାରା ହୋଇଥାଏ l ଏହାଦ୍ୱାରା ବ୍ଲାଡର ରେ ଷ୍ଟୋନ ଜମିଥାଏ l ଯଦି କିଡ୍ନୀ ରେ ଷ୍ଟୋନ ହୋଇଥାଏ ତେବେ ତାହାକୁ ଔଷଧ ଦ୍ୱାରା ଠିକ କରାଯାଇ ଥାଏ , କିନ୍ତୁ ଯଦି ପିତ ଥଳି ରେ ଷ୍ଟୋନ ରହିଥାଏ ତେବେ ତାହାକୁ ସର୍ଜରୀ ଦ୍ୱାରା ଠିକ କରାଯାଇ ଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଗଲବ୍ଲାଡର ରେ ଷ୍ଟୋନ ହେବାର ମୁଖ୍ୟ କାରଣ ହେଉଛି ଖାଦ୍ୟପେୟ ରେ ଅବ୍ୟବସ୍ଥା l

ଗଲବ୍ଲାଡର ରେ ଷ୍ଟୋନ ର ଲକ୍ଷଣ –
ଗଲବ୍ଲାଡର ରେ ଷ୍ଟୋନ ହେବା ଦ୍ୱାରା ଆପଣଙ୍କ ପେଟରେ ଗଭୀର ଯନ୍ତ୍ରଣା ହୋଇଥାଏ l ଏହାକୁ ଠିକ କରିବା ପାଇଁ ଆପଣଙ୍କୁ ନିଜର ଜୀବନ ଚର୍ଯ୍ୟା ଓ ଖାଦ୍ୟପେୟ ଠିକ ରଖିବା ନିହାତି ଜରୁରୀ l

ଗଲବ୍ଲାଡର ରେ ଷ୍ଟୋନ ର କାରଣ -:

* ବର୍ଦ୍ଧିତ କୋଲେଷ୍ଟ୍ରଲ –
ପିତ ରେ କୋଲେଷ୍ଟ୍ରଲ ମାତ୍ରା ଅଧିକ ରହିଥାଏ l ପିତ ରେ ଏଭଳି ରସାୟନ ରହିଥାଏ ଯାହା କୋଲେଷ୍ଟ୍ରଲ କୁ ନଷ୍ଟ କରିଥାଏ l ଯଦି କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ ତେବେ ଏହାକୁ ନଷ୍ଟ କରିବା ଖୁବ କଠିନ ହୋଇଥାଏ l ଏପରି ସ୍ଥିତିରେ କୋଲେଷ୍ଟ୍ରଲ, କ୍ରିଷ୍ଟାଲ ଭାବରେ ପିତ ଥଳି ଜମି ଯାଇଥାଏ, ଯାହା ଷ୍ଟୋନ ହୋଇ ଯାଇଥାଏ l

* ବିଲିରୁବିନ ମାତ୍ରା ଅଧିକ ବଢିବା –
ପିତ ରେ ମିଳୁଥିବା ଗୋଟିଏ ପ୍ରକାର ରସାୟନ ରହିଥାଏ ଯାହାକୁ ବିଲିରୁବିନ କୁହାଯାଏ l ଅଧିକାଂଶ ସମୟ ଲିଭର ଅଧିକ ପରିମାଣରେ ବିଲିରୁବିନ ପ୍ରସ୍ତୁତ କରିଥାଏ l ଯେଉଁ କାରଣରୁ ଲିଭର ଷୋରିଆସିସ, ପିତ ଥଳି ରେ ଇନଫେକ୍ସନ, ଜଣ୍ଡିସ ଓ ପିତ ଥଳି ରେ ଷ୍ଟୋନ ମଧ୍ୟ ହୋଇପାରେ l

* ପିତ୍ତାଶୟ ଠିକ ଭାବରେ ଖାଲି ନହେବା –
ଯଦି ଆପଣଙ୍କ ପିତ୍ତାଶୟ ଠିକ ଭାବରେ ଖାଲି ହେଉନାହିଁ ତେବେ ପିତର ମାତ୍ରା ବଢ଼ିଯାଇ ଥାଏ l ତେବେ ଗଲବ୍ଲାଡର ରେ ଷ୍ଟୋନ ର ବିପଦ ବଢିଯାଏ l

ଗଲବ୍ଲାଡର ଷ୍ଟୋନ ସମସ୍ୟାରୁ ରକ୍ଷା ପାଇବାର ଉପାୟ –
– ଆପଣଙ୍କୁ ନିଜର ଓଜନ ନିୟନ୍ତ୍ରଣ କରିବାକୁ ପଡିବ l ଓଜନ ବୃଦ୍ଧି ଗଲବ୍ଲାଡର ର କାରଣ ହୋଇପାରେ l

– ଫାଇବର ଯୁକ୍ତ ଭୋଜନ କରିବା ଆବଶ୍ୟକ l ଯେଉଁ ଲୋକମାନେ କମ ମାତ୍ରାରେ ଫାଇବର ସେବନ କରନ୍ତି ସେମାନଙ୍କର ପିତ ଥଳିରେ ଷ୍ଟୋନ ସମସ୍ୟା ଦେଖାଯାଏ l

– ଠିକ ସମୟରେ ଠିକ ମାତ୍ରାରେ ଭୋଜନ କରିବା ଜରୁରୀ l ଯେଉଁ ଲୋକମାନେ ଅଧିକ ଉପବାସ ବ୍ରତ ଇତ୍ୟାଦି କରି ଥାଆନ୍ତି ସେମାନଙ୍କ ନିକଟରେ ଗଲବ୍ଲାଡର ଷ୍ଟୋନ ସମସ୍ୟା ଦେଖା ଯାଇଥାଏ l

Leave A Reply