ପ୍ରାୟ ସମସ୍ତ ଲୋକ ନିଜ ଜୀବନରେ ଫିଟ ରହିବାକୁ ନିହାତି ଇଛା କରିଥାଆନ୍ତି l ସେମାନେ ଭାବି ଥାଆନ୍ତି ନିଜକୁ ଫିଟ ରଖିବା ଖୁବ କଷ୍ଟକର l କିନ୍ତୁ ଏହା ବିଲକୁଲ ସତ୍ୟ ନୁହେଁ l ଗୋଟିଏ ସ୍ୱାସ୍ଥ୍ୟକର ଜୀବନ ଅତିବାହିତ କରିବା ପାଇଁ କେବଳ କିଛିଟା ନିୟମ ମାନି ଚଳିବା ଉଚିତ l ନିଜର ଓଜନ ହ୍ରାସ କରିବା ପାଇଁ ଜିମ ଯାଇ ଝାଳ ବୁହାଇବା ଦରକାର ନାହିଁ , ବାସ କେତେଟା କଥାକୁ ଧ୍ୟାନ ଦେବା ଦ୍ୱାରା ଆପଣ ନିଜର ଓଜନ ହ୍ରାସ କରିପାରିବେ l
ଏହିସବୁ ନିୟମ ମାନି ରୁହନ୍ତୁ -:
୧) ହେଲଦି ବ୍ରେକଫାଷ୍ଟ ନିହାତି ଆବଶ୍ୟକ – ଆପଣଙ୍କ ଫିଟନେସ ଆପଣଙ୍କ ଦୈନନ୍ଦିନ ଖାଦ୍ୟ ଉପରେ ନିର୍ଭର କରିଥାଏ l ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ସକାଳର ବ୍ରେକଫାଷ୍ଟ ନିହାତି ପୌଷ୍ଟିକ ହେବା ଆବଶ୍ୟକ l ଆପଣଙ୍କୁ ନିଜର ସକାଳ ଜଳଖିଆରେ ପ୍ରୋଟିନ ଯୁକ୍ତ ଖାଦ୍ୟ ସହିତ ଦୁଗ୍ଧ, କଦଳୀ ଓ ଅନ୍ୟାନ୍ୟ ଫଳ କୁ ସାମିଲ କରିବା ନିହାତି ଜରୁରୀ l ଏହାଛଡା ସକାଳ ଜଳଖିଆ ମଧ୍ୟ ସଠିକ ସମୟରେ କରିବା ଆବଶ୍ୟକ l
୨) ଯେତେ ଅଧିକ ଭୋକ ଲାଗୁଥିଲେ ସୁଧା ସାମାନ୍ୟ କମ ଖାଆନ୍ତୁ -କୁହାଯାଏ ଯେ କମ ଖାଦ୍ୟ ଗ୍ରହଣ କରିବା ସ୍ୱାସ୍ଥ୍ୟ ପକ୍ଷରେ ଲାଭଦାୟକ l କାହିଁକି ନା ଆମକୁ ସାଧାରଣ ଭାବରେ ଭୋକ ଲାଗିଥିଲେ ଆମେ ବେଳେବେଳେ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇ ଦେଇଥାଉ l ଯାହାକି ମେଦ ବହୁଳତା ର କାରଣ ହୋଇଥାଏ l ସବୁବେଳେ ଓଭର ଇଟିଙ୍ଗ ଠାରୁ ଦୂରେଇ ରହିବା ଜରୁରୀ l କମ ଖାଦ୍ୟ ଖାଇବା ଦ୍ୱାରା ଶରୀର ହାଲୁକା ଓ ସୁସ୍ଥ ରହିଥାଏ, ଏହାଦ୍ୱାରା ଆପଣଙ୍କ ପେଟ ସହିତ ଯୋଡି ହୋଇଥିବା ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l
୩) ପାଣି ପିଇବା ନିହାତି ଆବଶ୍ୟକ – ଫିଟନେସ ଅଧିକାଂଶ ଲୋକ ବିଭିନ୍ନ କାର୍ଯ୍ୟ କରିଥାଆନ୍ତି, କିନ୍ତୁ ସବୁଠୁ ଜରୁରୀ କଥାଟିକୁ ଅଣଦେଖା କରି ଯାଇ ଥାଆନ୍ତି, ତାହା ହେଉଛି ପାଣି l ଆପଣ ଯଦି ଅଧିକ ପାଣି ପିଇବେ ତେବେ ଆପଣଙ୍କ ଶରୀର ହାଇଡ୍ରେଟ ରହି ଓଜନ ହ୍ରାସ ହେବ l ପାଣି ପିଇବା ଦ୍ୱାରା ଶରୀର ଡିଟକ୍ସ ହୋଇଥାଏ ଓ ଶରୀରରୁ ସମସ୍ତ ରୋଗ ଦୂର ହୋଇଥାଏ l ତେଣୁ ଦିନକୁ ଆପଣ ଅଧିକରୁ ଅଧିକ ୧୦ ରୁ ୧୨ ଗ୍ଲାସ ପାଣି ପିଇବା ଜରୁରୀ l