Odisha news

ଖରିଫ୍ ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ମୁଗ ଓ ଧନିଚା ବିହନ ବଣ୍ଟନ

0

ଜମନକିରା : ଆଜି ଜମନକିରା ବ୍ଲକ୍ ଅନ୍ତର୍ଗତ କୃଷି ସୂଚନା ଓ ପରାମର୍ଶ କାର୍ଯ୍ୟାଳୟରେ ଟିକିଲିପଡା ଏବଂ ଟିକିବା ଗ୍ରାମପଞ୍ଚାୟତର ପ୍ରାୟ ୫୦ ରୁ ଉର୍ଦ୍ଧ ଚାଷୀଙ୍କୁ ମାଗଣା ରେ ମୁଗ ଓ ଧନିଚା ଚାଷ ପାଇଁ ବିହନ ବଣ୍ଟନ କରାଯାଇଥିଲା। ଜମନକିରା ବନାଞ୍ଚଳ “ଆମ ଜଙ୍ଗଲ ଯୋଜନା” ରେ ନିୟୋଜିତ ସହଯୋଗୀ ସଂସ୍ଥା “ସିଡି ” ର ସହଯୋଗରେ ଜମନକିରା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝୀ,କୃଷି ଅଧିଦର୍ଷକ ସତ୍ୟନାରାୟଣ ପଣ୍ଡା ଏବଂ ଟିକିବା ସରପଞ୍ଚ ମମତା ଭେଙ୍ଗରା ଚାଷୀ ମାନଙ୍କୁ ଧନିଚା ଚାଷର ଉପକାରିତା ବିଷୟରେ ଅବଗତ କରାଇବା ସହିତ ବିହନ ବଣ୍ଟନ କରିଥିଲେ।

Leave A Reply