ବାରଙ୍ଗ : ପ୍ରାଣୀଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷକ ହାତୀ ପ୍ରେମା ଏବେ ଅସୁସ୍ଥ ହୋଇପଡିଛି ।ତାର ଆଗବାମପଟ ଗୋଡରେ ମାଂସପିଣ୍ଡୁଳା ବଢୁଥିବାରୁ ଚାଲିବାରେ କଷ୍ଟ ଅନୁଭବ କରୁଛି । ଯାହାଫଳରେ ହାତୀଶାଳାରେ ତାକୁ ବନ୍ଧାହୋଇ ରଖାଯାଇଛି ।ତାର ଗୋଡରେ ଏକାବେଳେ ଦୁଇଟି ମାଂସପିଣ୍ଡୁଳା ହୋଇଥିବାବେଳେ ଛୋଟ ମାଂସପିଣ୍ଡୁଳାକୁ ମଙ୍ଗଳବାରଦିନ ଏଠାକାର ଡାକ୍ତରମାନେ ଅପରେସନ କରିଥିବାବେଳେ ପୁଣି ଶୁକ୍ରବାରଦିନ ପୁଣି ବଡଆକୃତିର ଥିବା ମାଂସପିଣ୍ୁଳାକୁ ଅପରେସନ କରାଯାଇଛି ।ନନ୍ଦନକାନନର ପୁରୁଣା ହାତୀ ପ୍ରେମା ୧୩ଅକ୍ଟୋବର୧୯୮୫ମସିହାରେ ମାଡ୍ରାସ ଭାଣ୍ଡାଲୁର ଚିଡିଆଖାନାରୁ ନନ୍ଦନକାନନକୁ ଆସିଥିଲା ।ଏବେ ତାକୁ ୬୬ବର୍ଷ ଚାଲୁଥିବାବେଳେ ଗତକିଛିଦିନ ହେବ ସେ ଅସୁସ୍ଥ ହେବାରେ ଲାଗିଛି ।