କେନ୍ଦ୍ରାପଡା-୨୨/୦୭: ଆଦର୍ଶ ବିଦ୍ୟାଳୟ ସଂଗଠନର ନିଦେ୍ଦର୍ଶକ ତଥା ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଶାସକ ଉପେନ୍ଦ୍ର ତ୍ରିପାଠୀ କେନ୍ଦ୍ରାପଡା ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଶ୍ରୀ ତ୍ରିପାଠୀ ପୂର୍ବାହ୍ନରେ ତରାଣ୍ଡୋ ସ୍ଥିତ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରାପଡା ହାଇସ୍କୁଲରେ ସ୍ମାର୍ଟ କ୍ଲାସ ଟ୍ରେନିଂ ପୋଗ୍ରାମ, କେନ୍ଦ୍ରାପଡା ସରକାରୀ ବାଳିକା ବିଦ୍ୟାଲରେ ପହଁଚି ସ୍କୁଲ ପରିଦର୍ଶନ କରିଥିଲେ ।
ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ କେନ୍ଦ୍ରାପଡା ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ କରାଇବା ପାଇଁ ଆବଶ୍ୟକୀୟ ଭିତିଭୂମୀର ବିକାଶ, ମିଳୁଥିବା ଅନୁଦାନର ସୁ ବିନିଯୋଗ, ଶିକ୍ଷାଦାନ ସଂପର୍କିତ ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଅଧ୍ୟକ୍ଷତା କରିଥିବା ବେଳେ ପିଡି ଡିଆରଡିଏ ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ ସିଂହ ଓ ସମସ୍ତ ବ୍ଲକର ଶିକ୍ଷା ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକରେ ଆଦର୍ଶ ବିଦ୍ୟାଳୟ ଗୁଡିକର ସୁଦୃଢିକରଣ ସହ ଫୋକସ ସ୍କୁଲ ଗୁଡିକର ସୁଦୃଢିକରଣ ସ୍କୁଲକୁ ଜମିପଟା ପ୍ରଦାନ, ସ୍କୁଲକୁ ମିଳିଥିବା ଅନୁଦାନର ସୁବିନିଯୋଗ ର ଅଗ୍ରଗତି, ଖେଳ ପଡିଆର ଉନ୍ନତିକରଣ ଓ ପ୍ରାଚୀର ନିର୍ମାଣ, ସ୍କୁଲରେ ବିଜ୍ଞାନ ପରୀକ୍ଷାଗାର ର ଅବସ୍ଥାର ଉନ୍ନତିକରଣ ତଥା ଉପେଯାଗ, ବିଦ୍ୟାଳୟକୁ କମ୍ୁ୍ୟଟର ଯୋଗାଣ ସମ୍ବନ୍ଧରେ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହ ସମୀକ୍ଷା କରିଥିଲେ ।