କେନ୍ଦ୍ରାପଡା-୨୨/୦୭: କେନ୍ଦ୍ରୀୟ ସିବିଏସ୍ସି-୨୨ ପରୀକ୍ଷାରେ କେନ୍ଦ୍ରାପଡା ପବ୍ଲିକ ସ୍କୁଲ ସଂପୂର୍ଣ୍ଣ ସଫଳତା ହାସଲ କରିଛି । ଏହି ସ୍କୁଲର ୧୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ସାହିଲ ଷଡଙ୍ଗୀ ସିବିଏସ୍ସି-୨୨ ବୋର୍ଡ ପରୀକ୍ଷାରେ ୯୯% ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଜଣାପଡିଛି । ବିଦ୍ୟାଳୟ ପକ୍ଷରୁ କୃତୀ ଛାତ୍ର ସାହିଲଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯିବା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି ।