Odisha news

ଦିନିକିଆ ଗ୍ରାମୀଣ ଡାକ ସେବକ କର୍ମଚାରୀଙ୍କ ଧାରଣା

0

କେନ୍ଦ୍ରାପଡା-୨୨/୦୭: କେନ୍ଦ୍ରାପଡା ମୁଖ୍ୟ ଡାକଘର ପରିସରରେ ଅଲ ଇଣ୍ଡିଆ ଗ୍ରାମୀଣ ଡାକ ସେବକ ୟୁନିୟନ ତରଫରୁ ଦିନିକିଆ ଧାରଣା ଦିଆଯାଇଛି । ଡାକ ସେବକ ୟୁନିୟନ ତରଫରୁ କେନ୍ଦ୍ରାପଡା ଜିଲ୍ଲା ସଭାପତି ନରେନ୍ଦ୍ର କୁମାର ତ୍ରୀପାଠୀଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଡାକ ସେବକ କର୍ମଚାରୀ ଏହି ଧାରଣାରେ ୧୦ ଦଫା ଦାବି ନେଇ ବସି ରହିଥିଲେ । ଡାକ ସେବକ କର୍ମଚାରୀ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା, ଗ୍ରାମୀଣ ଡାକ ସେବକ ମାନଙ୍କ ଗ୍ରୃଫ ଇନସୁରାନ୍ସ କୁ ୫ ଲକ୍ଷକୁ ବୃଦ୍ଧି କରିବା, ସମୟସୀମା ବଦ୍ଧ ୩ଟି ଆର୍ଥିକ ସହାୟତାକୁ ପ୍ରଦାନ କରିବା ପ୍ରଭୃତି ୧୦ ଦଫା ଦାବି ଗୁଡିକ ରହିଛି । ଏହି ଧର୍ମଘଟ ସମୟରେ ସଂପାଦକ ବିଜୟ କୁମାର ଦାସଙ୍କ ସମେତ ଶ୍ରୀଧର ସାହୁ, ପ୍ରକାଶ ବେହେରା, ସୁଦିପ୍ତ ଦାସ, ହରିହର ମହାନ୍ତି, ସଂଗ୍ରାମ ମୁଦୁଲି, ପ୍ରଭାକର ପ୍ରଧାନ, ସଚ୍ଚିଦାନନ୍ଦ ପରିଡା, ଗଗନ ବିହାରୀ ସୁତାର ପ୍ରମୁଖ ଏହି ଧାରଣାରେ ଉପସ୍ଥିତ ଥିଲେ ।

Leave A Reply