Odisha news

ଫେଙ୍ଗସୁଇ ର ଏହି ଟିପ୍ସ ଖୋଲି ଦେଇଥାଏ ଚାକିରୀ ଓ ବ୍ୟବସାୟ ପାଇଁ ସମସ୍ତ ବାଟ

0
ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ l ଯେତେବେଳେ ବ୍ୟକ୍ତି ଅଧିକ ପରିଶ୍ରମ କରି ମଧ୍ୟ ଉପଯୁକ୍ତ ଫଳ ଲାଭ କରିପାରେ ନାହିଁ ସେତେବେଳେ ସେ ନିରାଶ ହୋଇଥାଏ l ତେଣୁ ବ୍ୟକ୍ତି ସେହି ସମୟରେ କିଛିଟା ଫେଙ୍ଗସୁଇ ନିୟମ ନିହାତି ଗ୍ରହଣ କରିବା ଆବଶ୍ୟକ l

* ଫେଙ୍ଗସୁଇ ଶାସ୍ତ୍ରରେ ୩ଟି ଗୋଡ଼ ଥିବା ବେଙ୍ଗ ଖୁବ ଶୁଭ ଅଟେ l ଯଦି କର୍ମକ୍ଷେତ୍ରରେ ସଫଳତା ମିଳୁନାହିଁ କିମ୍ବା ଅସୁବିଧାର ସମୁଖୀନ ହେଉଛନ୍ତି ତେବେ ଘର ଓ ଅଫିସ ର ଉତ୍ତର ଦିଆଗରେ ୩ଟି ଗୋଡ଼ ବିଶିଷ୍ଟ ଫେଙ୍ଗସୁଇ ବେଙ୍ଗ ରଖନ୍ତୁ l ଏହାଦ୍ୱାରା ଧନ ସମ୍ପଦ ପ୍ରାପ୍ତ ହୋଇଥାଏ ଓ ଉନ୍ନତିର ସମସ୍ତ ମାର୍ଗ ଖୋଲି ଯାଇଥାଏ l

* ମାନ୍ୟତା ଅନୁସାରେ ଘରର ପୂର୍ବ ଦିଗରେ ଡ୍ରାଗନ ରଖିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ଓ ଘର, ଏବଂ ଅଫିସ ର ନକାରାତ୍ମକ ଶକ୍ତି ଦୂର ହୋଇଥାଏ l

* ଫେଙ୍ଗସୁଇ ଅନୁସାରେ ଘର କିମ୍ବା ଅଫିସ ର ଉତ୍ତର ଦିଗରେ କଇଁଛ ରଖିବା ଦ୍ୱାରା ସଫଳତା ଓ ସୁଖ ପ୍ରାପ୍ତ ହୋଇଥାଏ l କିନ୍ତୁ ଏହି କଇଁଛ ଲୁହାର ନହୋଇଥିବା ଆବଶ୍ୟକ l

* ଘରର ଡ୍ରଇଂ ରୁମ୍ ରେ ୮ଟି ଗୋଲଡ ଫିସ ଓ କଳା ରଙ୍ଗର ମାଛ ଥିବା ଆକୁଆରିୟମ ରଖନ୍ତୁ l ଏହାଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l

* ଘରେ ଲାଫିଙ୍ଗ ବୁଦ୍ଧl ରଖିବା ଦ୍ୱାରା ଆର୍ଥିକ ସ୍ଥିତି ଉନ୍ନତ ହୋଇଥାଏ l ଗୃହରେ ସୁଖ ସମୃଦ୍ଧି ବାସ କରିଥାଏ l ଫେଙ୍ଗସୁଇ ଅନୁସାରେ ଲାଫିଙ୍ଗ ବୁଦ୍ଧl ଘର ହେଉ କି ଅଫିସ ଉତ୍ତର ଦିଗରେ ରହିବା ଶୁଭ ଅଟେ l

Leave A Reply