Odisha news

ଆୟୁର୍ବେଦ ଅନୁସାରେ ଜାଣନ୍ତୁ ଭୋଜନ କରିବାର ସଠିକ ନିୟମ, ଯାହା ଆମ ଶରୀରକୁ ରଖିଥାଏ ସୁସ୍ଥ

0

ସଂସାରର ପ୍ରତ୍ୟେକ ଜୀବ ଭୋଜନ କରିଥାଆନ୍ତି l କିନ୍ତୁ ସମସ୍ତେ ନିଜ ନିଜର ଭୋଜନ ପ୍ରତି ସତର୍କ ରହିବା ନିହାତି ଜରୁରୀ l କାରଣ ଜୀବଜନ୍ତୁ ମଧ୍ୟ ନିଜର ଭୋଜନ କୁ ନେଇ ଖୁବ ସଚେତନ l କିନ୍ତୁ ମଣିଷର ଆଜିକାଲିର ଜୀବନ ଚର୍ଯ୍ୟା ତାକୁ ଖୁବ ପ୍ରଭାବିତ କରୁଛି l ତେଣୁ ଗବେଷକ ମାନଙ୍କ ମତରେ ଆୟୁର୍ବେଦର ନୀତିକୁ ଅନୁକରଣ କରି ପ୍ରତ୍ୟେକ ମଣିଷ ନିଜର ଖାଦ୍ୟପେୟ ପ୍ରତି ସତର୍କ ରହିବା ଆବଶ୍ୟକ l

ଭୋଜନ କରିବାର ଆୟୁର୍ବେଦିକ ନିୟମ କଣ ରହିଛି –

୧ ) ସର୍ବ ପ୍ରଥମେ ନିଜର ଶରୀର ଅନୁସାରେ ଭୋଜନ ବାଛିବା ଆବଶ୍ୟକ l ଆୟୁର୍ବେଦ ଅନୁସାରେ ମଣିଷ ଶରୀରରେ ୩ଟି ଦୋଷ ରହିଛି ତାହା ହେଉଛି ବାତ, ପିତ ଓ କଫ ନାମରେ ଜଣାଶୁଣା l ନିଜ ଶରୀରରେ ଯେଉଁ ଦୋଷ ରହିଛି ତାହାକୁ ବାଲାନ୍ସ କରିବା ପାଇଁ ଭୋଜନ ଏପରି ବାଛନ୍ତୁ ଯାହା ଆପଣଙ୍କ ଶରୀରର ପ୍ରାକୃତିକ କମି କୁ ପୁରା କରିବ l
ଯେପରିକି -:

* ଯଦି ଆପଣଙ୍କ ଶରୀରରେ ବାୟୁଦୋଷ ରହିଛି ଯେପରିକି ଗ୍ୟାସ , ଏସିଡ଼ିଟି ଡ୍ରାଏନେସ ରହୁଛି, ଆପଣ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ଆପଣ ନିଜ ଭୋଜନରେ ଘିଅ, ଦୁଗ୍ଧ, ଗୁଡ଼, ଫଳ ଇତ୍ୟାଦି ସାମିଲ କରିବା ଆବଶ୍ୟକ l

* ଯଦି ଆପଣଙ୍କ ଶରୀରରେ ପିତ୍ତଦୋଷ ରହୁଛି ଯେପରିକି ଅଧିକ ଗରମ ଲାଗିବା, ଛାତିରେ ଜ୍ବଳନ ହେବା, ଏସିଡ଼ିଟି ହେବା ଇତ୍ୟାଦି ତେବେ ଆପଣ ନିଜ ଭୋଜନ ରେ କାକୁଡି, ଲେମ୍ବୁ, ଅଁଳା, କଦଳୀ, ପୁଦିନା, ଡାଳିମ୍ବ, ସବୁଜ ପନିପରିବା ସାମିଲ କରନ୍ତୁ l

* ଶରୀରରେ କଫ ଦୋଷ ରହିଥିଲେ ଶରୀର ଭାରି ଲାଗିଥାଏ l ପ୍ରତ୍ୟେକ ମୁହୁର୍ତରେ ନିଦ ଲାଗିବା ସମସ୍ୟା ଦେଖା ଦେଇଥାଏ l ଏପରି ସ୍ଥିତିରେ ଆପଣ ସେହି ଜିନିଷ ଖାଇବା ଜରୁରୀ ଯାହା ଆପଣଙ୍କ ଶରୀରକୁ ହାଲୁକା ରଖିଥାଏ l ଯେପରିକି ରସଯୁକ୍ତ ଫଳ ଓ ପନିପରିବା l ନାସପାତି, ପିଜୁଳି, ଅମୃତଭଣ୍ଡା ଇତ୍ୟାଦି l

ଭୋଜନ କରିବାର ସଠିକ ସମୟ କଣ ?

– ସୁସ୍ଥ ରହିବା ପାଇଁ ନିଜର ଜୀବନ ଚର୍ଯ୍ୟା ସୂର୍ଯ୍ୟୋଦୟ ପୂର୍ବରୁ ଆରମ୍ଭ କରନ୍ତୁ l

– ସକାଳ ଜଳଖିଆ ସକାଳ ୭ରୁ୮ଟା ମଧ୍ୟରେ କରିବା ଜରୁରୀ l ମଧ୍ୟାହ୍ନ ଭୋଜନ ଗୋଟାଏ ରୁ ୨ଟା ମଧ୍ୟରେ କରନ୍ତୁ ଓ ରାତ୍ରୀ ଭୋଜନ ସନ୍ଧ୍ୟା ୮ଟା ମଧ୍ୟରେ ସମାପ୍ତ କରନ୍ତୁ l

– ରାତ୍ରୀ ଭୋଜନ ଶୋଇବାର ୨ଘଣ୍ଟା ପୂର୍ବରୁ କରି ରଖିବା ଉଚିତ l

– ଭୋଜନ ସହିତ ସାଲାଡ଼ ନିହାତି ଖାଇବା ଆବଶ୍ୟକ l

– ଭୋଜନ କରିସାରି ତୁରନ୍ତ ପାଣି ପିଅନ୍ତୁ ନାହିଁ l ଭୋଜନ ର ଅଧଘଣ୍ଟା ପରେ ହାଲୁକା ଉଷୁମ ପାଣି ସେବନ କରନ୍ତୁ l

Leave A Reply