ବର୍ଷା ଋତୁରେ ସର୍ଦି କାଶ ସମସ୍ୟା ସାଧାରଣ ସମସ୍ୟା ଅଟେ l କିନ୍ତୁ ଗତ ୨ବର୍ଷ ଭିତରେ ମଝିରେ ମଝିରେ କୋଭିଡ ମାମଲା ଦେଖିବାକୁ ମିଳୁଛି l ତେଣୁ ଉଭୟ ରୋଗର ପ୍ରାରମ୍ଭିକ ଲକ୍ଷଣ କୁ ବୁଝିବା ଜରୁରୀ l ସେଥିପାଇଁ ଆପଣ ପ୍ରାରମ୍ଭିକ ସମସ୍ୟା ନିହାତି ବୁଝିବା ଜରୁରୀ, ଯାହାଦ୍ୱାରା ଆପଣ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ରକ୍ଷା କରିବା l
କିପରି ବ୍ୟାପିଥାଏ ଭାଇରସ ?
କୋଭିଡ ୧୯ ଓ ବର୍ଷା ଜନିତ ମହାମାରୀ ଧୀରେ ଧୀରେ ବ୍ୟାପି ଥାଏ l ଉଭୟ ସଂକ୍ରମଣ ର ବ୍ୟକ୍ତିଙ୍କ ନିଶ୍ୱାସ, କାଶ ଓ ଛିଙ୍କ ମାଧ୍ୟମରେ ବାୟୁ ରେ ପ୍ରବେଶ କରିଥାଏ ଓ ଅନ୍ୟ ଲୋକଙ୍କ ଶରୀରରେ ନିଶ୍ୱାସ ସହିତ ନାକ ଓ ମୁହଁ ମାଧ୍ୟମରେ ପ୍ରବେଶ କରିଥାଏ l
କରୋନା ଓ ବର୍ଷା ଜନିତ ସଂକ୍ରମଣ ମଧ୍ୟରେ ଅନ୍ତର -:
– କରୋନା ଓ ମୌସୁମୀ ଜନିତ ରୋଗ ମଧ୍ୟରେ ସବୁଠୁ ବଡ ଅନ୍ତର ହେଉଛି କୋଭିଡ ଦ୍ୱାରା ସଂକ୍ରମିତ ହେବା ଦ୍ୱାରା ରୋଗୀ ର ବାସ୍ନା ଓ ଟେଷ୍ଟ ଚାଲି ଯାଇଥାଏ l ଏପରି ହୋଇପାରେ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ରୋଗର ଲକ୍ଷଣ ଦେଖା ଯାଇ ନପାରେ କିନ୍ତୁ ସେ ଅନ୍ୟ ଲୋକଙ୍କୁ ସଂକ୍ରମିତ କରିପାରେ l
– କରୋନା ର ଯେଉଁ ନୂତନ ସଂକ୍ରମଣ ଓମୀକ୍ରାନ ଆସିଛି ତାର ଲକ୍ଷଣ ହେଉଛି ଗଳା ରେ ପ୍ରଚୁର ଜ୍ବଳନ ହେବା l ଏତେ ଯନ୍ତ୍ରଣା ଦାୟକ ହୋଇଥାଏ ରୋଗୀ ଚାହିଁଲେ ମଧ୍ୟ ତାହାକୁ ନିୟନ୍ତ୍ରଣ କରିପାରି ନଥାଏ l
– ସାଧାରଣ ସର୍ଦି ଥଣ୍ଡାରେ ଆପଣଙ୍କ ଶରୀରରେ ଜ୍ୱର, କାଶ, ଥଣ୍ଡା ଭଳି ଲକ୍ଷଣ ଦେଖା ଯାଇଥାଏ ଓ ଏହା ୧ ରୁ ୪ ଦିନ ରହିଥାଏ l କିନ୍ତୁ କରୋନା ଲକ୍ଷଣ ରେ ୧ ୧୪ ଦିନ ପର୍ଯ୍ୟନ୍ତ ରୁହେ l
– କରୋନା ରେ ଜ୍ୱର ଅଧିକ ରହିଥାଏ l ଯେମିତିକି ୧୦୦ . ୪ ପାଖାପାଖି l
– ସାଧାରଣ ଥଣ୍ଡାରେ ପ୍ରବଳ ମୁଣ୍ଡବିନ୍ଧା ହୋଇଥାଏ l ମୁଣ୍ଡ ଭାରି ଲାଗିଥାଏ l କିନ୍ତୁ କରୋନା ରେ ଏହି ଲକ୍ଷଣ ଦେଖିବାକୁ ମିଳି ନଥାଏ l
– କରୋନା ହେବା ଦ୍ୱାରା ଦାନ୍ତରେ ପ୍ରବଳ ଯନ୍ତ୍ରଣା, ଆଖିରେ ଯନ୍ତ୍ରଣା, ଓ ହାଡ଼ ଗୁଡିକ ବଡ ଯନ୍ତ୍ରଣା ଦାୟକ ହୋଇଥାଏ l କିନ୍ତୁ ସାଧାରଣ ଫ୍ଲୁ ରେ ଏହି ଲକ୍ଷଣ ଦେଖାଯାଏ ନାହିଁ l କରୋନା ସଂକ୍ରମିତ ହେବା ଦ୍ୱାରା ନିଶ୍ୱାସ ନେବାକୁ କଷ୍ଟ ହୋଇଥାଏ, କିନ୍ତୁ ସାଧାରଣ ଥଣ୍ଡାରେ ଏହି ସମସ୍ୟା ଦେଖାଯାଏ ନାହିଁ l