ପ୍ରତାପ ଚନ୍ଦ୍ର ସାହୁ : ୧୮୪୩ ମସିହା ରେ ଶ୍ରୀକ୍ରୃଷ୍ଟ୍ନ ଦେଓ ଙ୍କ ଦେହାନ୍ତ ପରେ ଭାଇ ନରସିଂହ ଦେଓ ଙ୍କ ପୁତ୍ର ରାଜା ଚୈତନ୍ୟ ଦେଓ ନବରଙ୍ଗପୁର ଓ ଗୁଡାରୀ ଜମିଦାରୀ ଶାସନ ଭାର ବିନା ପେସ୍ କସ୍ ରେ ଗ୍ରହଣ କରିଥିଲେ।ଚୈତନ ଦେଓ ଜଣେ ଧର୍ମ ପରାୟଣ ଓ ଆଦର୍ଶସ୍ଥାନିୟ ପ୍ରଜାବତ୍ସଳ ଶାସକ ଭାବରେ ପରିଚିତ ଥିଲେ। ସେ ଥିଲେ ଜଣେ ଶେଷ ଥାଟ୍ଟ ରାଜା। ଏ ସମ୍ବନ୍ଧ ରେ ଶ୍ରୀ କ୍ରୃଷ୍ଟ୍ନ ଦେଓ ଓ ଶ୍ରୀ ନରସିଂହ ଦେଓ ଙ୍କ ସ୍ଵହସ୍ତ ଲିଖିତ ତମ୍ବା ପାତ ରେ ଲିଖିତ ସନନ୍ଦ ରୁ ସ୍ପଷ୍ଟ ଅନୁମେୟ। ତତ୍କାଳୀନ ଇଂରେଜ ସରକାର ଙ୍କ ର ପଦସ୍ଥ ଅଧିକାରି ମାନେ ହାତୀ ପିଠି ରେ ବସି ନବରଙ୍ଗପୁର ଓ ଗୁଡାରି ଅଂଚଳ ଗସ୍ତ କରି ରାଜା ଚୈତନ୍ୟ ଦେଓ ଙ୍କ ସପଖ୍ୟ ରେ ଅନୁକୂଳ ମନ୍ତବ୍ୟ ଦେଇଥିଲେ। ରାଜା ଚୈତନ୍ୟ ଦେଓ ଥିଲେ ଜଣେ ସର୍ବ ଗୁଣ ସମ୍ପନ୍ନ ବ୍ୟକ୍ତି ।ସେ ରାଜକିୟ ଧର୍ମ ବି ଠିକ୍ ଭାବେ ପାଳନ କରୁଥିଲେ। ତାଙ୍କରି ଶାସନ କାଳରେ ପ୍ରଜାମାନେ ଶାନ୍ତି ପୂର୍ଣ ସହବସ୍ଥାନ କରୁଥିବାର ସୂଚନା ମିଳେ।ପ୍ରବାଦ ଅଛି ତାଙ୍କ ସମୟ ରେ ” ଛ କୋଡି ବନ୍ଧ – ନ କୋଡି ତୋଟା ” ।ଅର୍ଥାତ୍ ନବରଙ୍ଗପୁର ସହର ର ଉତ୍ତର ରେ ଧର୍ମଶାଳା ତୋଟା ,ତୋଟା ର ପ୍ରତି ଧାଡିର ଚାରୋଟି କରି ୨୭୯ ଟି ଧାଡି ବା ୧୧୧୬ ଟି ଆମ୍ବ ଗଛ ,ପୂର୍ବ କୁ ମା ଗୋସେଇଂ ,ଦଖିଣ କୁ ଚାଙରିଆ ଦେବୀ ,ଓ ଉତ୍ତର ପୂର୍ବ କୁ ଦଶହରା ପଡିଆ ଥିଲା ବୋଲି ସୂଚାଉ ଥିଲା।
ନବରଙ୍ଗପୁର ତାଲୁକା ରପ୍ରତି ଗ୍ରାମ ରେ ଏଇ ଆମ୍ବ ତୋଟା ,ପୁଷ୍କରଣି ,ଥିଲା।ତାହା ଏବେ ବି ରାଜା ଚୈତନ୍ୟ ଦେଓ ଙ୍କ ର ସ୍ମ୍ରୃତି ବହନ କରୁଛି। ନବରଙ୍ଗପୁର ନିକଟ ସ୍ଥ ପାପଡାହାଣ୍ଡି ର ଉତ୍ତର ଦିଗରେ ଭୈରବ ନାମକ ଏକ ପୋଖରୀ ଖନନ କରୁଥିଲା ବେଳେ ଏକ କଳା ରଙ୍ଗ ର ମୁଗୁନି ପଥର ର ଲିଙ୍ଗ ପାଇଥିଲେ। ନିକଟ ରେ ଏକ ମନ୍ଦିର ନିର୍ମାଣ କରାଇ ସେଇଠି ସେଇ ଲିଙ୍ଗ କୁ ସ୍ଥାପନ କରାଇ ପୂଜାର୍ଚ୍ଚନା କରାଇବାର ବ୍ୟବସ୍ଥା କରିଥିଲେ।ତାହା ଆଜି ଏକ ପର୍ଯ୍ୟଟନ ସ୍ଥଳ ର ମାନ୍ୟତା ବହନ କରି ଭକ୍ତ ଙ୍କର ମନ ସ୍କାମନା ପୂରଣ କରୁଛି।ରାଜା ଚୈତନ୍ୟ ଦେଓ ଜନ ସାଧାରଣ ଙ୍କର ଧନ ଜୀବନ ରଖ୍ୟା କରିବା ସହ ରାଜ ଧର୍ମ ବି ପାଳନ କରୁଥିଲେ।ଏଇଥି ପାଇଂତ ପଡୋଶୀ ରାଜ୍ୟ ରୁ ଲୋକେ ଆସି ନବରଙ୍ଗପୁର ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଶାନ୍ତି ରେ ବସତି ସ୍ଥାପନ କରି ରହୁଥିଲେ।ଦେଢ ଶହ ବର୍ଷ ବିତିଯାଇ ଥିଲେ ବି ଏମାନଙ୍କର ସାମାଜିକ ସମ୍ପର୍କ ପଡୋଶି ରାଜ୍ୟ ର ଲୋକ ମାନଙ୍କ ସହ ରହିଛି। ଏହା ରାଜା ଚୈତନ୍ୟ ଦେଓ ଙ୍କ ର ଶ୍ରେଷ୍ଠ ରାଜ ଧର୍ମ ର ପରିଚୟ ଦିଏ।୧୮୭୬ ଖ୍ରୀଷ୍ଟାବ୍ଦ ରେ ରାଜା ଚୈତନ୍ୟ ଦେଓ ଙ୍କ ର ଦେହାନ୍ତ ପରେ ତାଙ୍କର ତିନି ବିଧବା ସ୍ତ୍ରୀ ସୁଲୋଚନା ପାଟ୍ଟ ମହାଦେଇ ,ପାପୟାମ୍ମା ,ଓଶ୍ରୀ କ୍ରୃଷ୍ଟ୍ନ ଦେଓ ଙ୍କ ବିଧବା ପତ୍ନି ଜାନକୀ ଦେବୀ ୧୮୯୬ ମସିହା ପର୍ଯ୍ୟନ୍ତ ଜମିଦାରୀ ମାଲିକାନା ଉପଭୋଗ କଲେ।ଏମାନଙ୍କ ଦାୟୀତ୍ଵ ରେ ମାଲିକାନା ରହିଲା।
ସମସ୍ତେ ଜାଣନ୍ତି ଯେ ରାଜା ଚୈତନ୍ୟ ଦେଓ ଙ୍କର କୋଉଣସି ପୁତ୍ର ସନ୍ତାନ ନ ଥିଲା ବୋଲି। କିନ୍ତୁ କିଛି ଐତିହାସିକ ଙ୍କ ମତରେ ତାଙ୍କର ଦୁଇଟି ଅବୈଧ ପୁତ୍ର ସନ୍ତାନ ଥିଲା ବୋଲି। ସେଇ ପୁତ୍ର ବଧୁ ମାନେ ସୁଲୋଚନା ପାଟ୍ଟଦେଇ ଙ୍କ ଦେହାନ୍ତ ପରେ ନବରଙ୍ଗପୁର ରାଜ୍ୟ ପ୍ରାପ୍ତି ନିମନ୍ତେ କୋର୍ଟ ରେ ଆଶ୍ରୟ ନେଇଥିଲେ। କିନ୍ତୁ କିଛି ଲାଭ ହୋଇ ନ ଥିଲା।ନବରଙ୍ଗପୁର ରାଜ୍ୟ ଜୟପୁର ରାଜା ଙ୍କ ଅଧିନ କୁ ଚାଲିଯାଇ ଥିଲା।
ରାଜା ବିକ୍ରମ ଦେଓ ଙ୍କ ର ତିନି ପୁତ୍ର ଥିଲେ ।ଯଥା : ରାମ ଚନ୍ଦ୍ର ଦେଓ ,ଜଗନ୍ନାଥ ଦେଓ ଓ ନରସିଂହ ଦେଓ।ରାମ ଚନ୍ଦ୍ର ଦେଓ ଅପୁତ୍ରିକ ଥିଲେ।ଜଗନ୍ନାଥ ଦେଓ ଙ୍କ ର ପୁତ୍ର ଥିଲେ ଶ୍ରୀ କ୍ରୃଷ୍ଟ୍ନ ଦେଓ।ନରସିଂହ ଦେଓ ଙ୍କ ର ପୁତ୍ର ଚୈତନ୍ୟ ଦେଓ। ନବରଙ୍ଗପୁର ଓ ଗୁଡାରୀ କୁ ନେଇ ନବରଙ୍ଗପୁର ରାଜ୍ୟ ଗଠିତ ହୋଇଥିଲା।ପ୍ରଥମ ଟି ନବରଙ୍ଗପୁର ତାଲୁକା ରେ ଥିବା ବେଳେ ଅପର ଟି ଗୁଡାରି ତାଲୁକା ରେ ରହିଛି।ଦୁଇଟି ଯାକ ତାଲୁକା ବିଶାଖାପାଟଣାମ୍ ଜିଲ୍ଲା ଜୟପୁର ରାଜ୍ୟ ର ଅନ୍ତର୍ଭୁକ୍ତ ଥିଲା। ପ୍ରଥମ ଅଂଚଳ ନବରଙ୍ଗପୁର ରେ ୧୪୫ ଗ୍ରାମ ରହିଥିବା ବେଳେ ଏହାର ରାଜସ୍ଵ ୧୧୮୨୪ ଟଙ୍କା ଥିଲା ବୋଲି କୁହାଯାଏ।ପରବର୍ତ୍ତୀ ତାଲୁକା ଥିଲା ଗୁଡାରୀ ଓ ସେହି ତାଲୁକା ରେ ୧୦୪ ଟି ଗ୍ରାମ ଥିଲା ।ସେଥିରୁ ରାଜସ୍ଵ ଆଦାୟ ହେଉଥିଲା ୩୦୦୦ ଟଙ୍କା ବୋଲି କୁହାଯାଏ।ଏହି ରାଜ୍ୟ ପ୍ରୃଥକ ଭାବେ ସ୍ଥାୟୀ ବନ୍ଦୋବସ୍ତ ହୋଇ ରହି ନ ଥିଲା। କିନ୍ତୁ ଗୋଟିଏ ଗ୍ରାଣ୍ଟ୍ ଦ୍ଵାରା ବନ୍ଦୋବସ୍ତ ପରେ ଗଠିତ ହୋଇଥିଲା ଓ ଜୟପୁର ରାଜା ଙ୍କ ଜମିଦାରୀ ରୂପେ ସନନ୍ଦ ଇମିଲାକି ୟାଲମ୍ ଇସିମ୍ ଦ୍ଵାରା ଅଧିକ୍ରୃତ ହୋଇଥିଲା।
ଏପରି ଭାବେ ନବରଙ୍ଗପୁର ଓ ଗୁଡାରି ତାଲୁକ ପାଚୀନ ଜୟପୁର ଜମିଦାରି ରେ ସ୍ଥାୟୀ ବନ୍ଦୋବସ୍ତ ହୋଇ ରହିଲା।ଜୟପୁର ମହାରାଜା ବଂଶାନୁକ୍ରମିକ ଭାବେ ଅଧିକାର ଭୋଗ କରିବାରେ ଲାଗିଲେ।
୧୮୨୦ ଖ୍ରୀଷ୍ଟାବ୍ଦ ରେ ଜୟପୂର ର ରାଜା ଶ୍ରୀ ରାମଚନ୍ଦ୍ର ଦେଓ – ୨ୟ ନବରଙ୍ଗପୁର ରାଜ୍ୟ କୁ ଗ୍ରାଣ୍ଟ୍ ସ୍ଵରୁପ ତାଙ୍କ ପୁତୁରା କ୍ରୃଷ୍ଟ୍ନ ଦେଓ ଓ ଭାଇ ନରସିଂହ ଦେଓ ଙ୍କୁ ତମ୍ବା ପଟା ରେ ଲିଖିତ ଭାବେ ଜଣାଇଥିଲେ। କ୍ରୃଷ୍ଟ୍ନ ଦେଓ ଓ ନରସିଂହ ଦେଓ ଙ୍କ ଦେହାନ୍ତ ପରେ ନରସିଂହ ଦେଓ ଙ୍କ ପୁତ୍ର ଚୈତନ୍ୟ ଦେଓ ନବରଙ୍ଗପୁର ରାଜ୍ୟର ଭାର ଗ୍ରହଣ କଲେ।ସେ ରାଜ୍ୟ ବାସୀଙ୍କୁ ଉତ୍ତମ ଶାସନ ପ୍ରଦାନ କରିଥିଲେ। ସେ ଥିଲେ ଜଣେ ଜନହିତୈଷି ଓ ଦଖ୍ୟ ପ୍ରଶାସକ।ସେ ଥିଲେ ସରଳ ହ୍ରୃଦୟବାନ୍,ଓ ଦୟାଳୁ। ତାଙ୍କରି ମତରେ ଶାସନ ର ଲଖ୍ୟ ହେଉଛି ପ୍ରଜା ମାନଙ୍କର ମଙ୍ଗଳ ସକାଶେ କାର୍ଯ୍ୟ କରିବା। ନବରଙ୍ଗପୁର ର ପ୍ରତି ଗ୍ରାମ ରେ ସେ ଜଳାଶୟ,କୂପ,ତୋଟା ଆଦି ସ୍ଥାପନ କରିଥିଲେ। ଚୈତନ୍ୟ ଦେଓ ଙ୍କ ମ୍ରୃତ୍ୟୁ ପରେ ତିନି ସ୍ତ୍ରୀ ୧୮୯୬ ପର୍ଯ୍ୟନ୍ତ ଭୋଗ କଲେ।ତାପରେ ଜୟପୁର ରାଜା ଙ୍କ ହାତକୁ ଖ୍ୟମତା ଚାଲିଗଲା। ରାଜା ବିକ୍ରମ ଦେଓ ୨ୟ ନବରଙ୍ଗପୁର ରାଜ୍ୟ କୁ ନିଜ ଅକ୍ତିୟାର କୁ ନେଇଥିଲେ।ଚୈତନ୍ୟ ଦେଓ ଙ୍କ ଜିବିତା ଦୁଇ ସ୍ତ୍ରୀ ପାପୟାମା ଓ ସୁଲୋଚନା ଆଇନ ର ଆଶ୍ରୟ ନେଲେ।ଗତି ମଧ୍ୟରେ ପାପୟାମା ଙ୍କର ଦେହାନ୍ତ ହୋଇଯାଇଥିଲା।ଗଭର୍ଣର ଙ୍କ ଏଜେଣ୍ଟ୍ ସୁଲୋଚନା ସପଖ୍ୟ ରେ ରାୟ ଶୁଣାଇ ମାଲିକାନା ପ୍ରଦାନ କରିଥିଲେ।ଜୟପୁର ରାଜା ଏହା ବିରୋଧ ରେ ଉପର କୋର୍ଟ କୁ ଯାଇଥିଲେ ବି ବିଫଳ ହୋଇଥିଲେ।
ଚୈତନ୍ୟ ଦେଓ ଙ୍କ ର ଭଣ୍ଡାର ଘର ର ସୁରଖ୍ୟା ନିମନ୍ତେ ସେ ଏକ ଦେବୀ ମନ୍ଦିର ପ୍ରତିଷ୍ଠା କରିଥିଲେ।ସେଇ ମନ୍ଦିର ର ନାମ ମା ଭଣ୍ଡାର ଘରଣୀ।ବହୁତ ପ୍ରତଖ୍ୟ ମା ଭଣ୍ଡାର ଘରଣୀ। ସେଇ ସମୟ ରେ ଯେତିକି ପୁରୁଣା ମନ୍ଦିର ସବୁ ତାଙ୍କରି ଦ୍ଵାରା ନିର୍ମିତ ହୋଇଥିଲା। କିଛିଦିନ ଅନ୍ତେ ସୁଲୋଚନା ପାଟ୍ଟଦେଇ ଙ୍କର ଦେହାନ୍ତ ହେଲା।ରାଣୀ ଙ୍କ ଦେହାନ୍ତ ପରେ ପାଙ୍ଚ ଜଣ ଦାବିଦାର ବାହାରିଲେ : ଜୟପୂର ରାଜା ,ବିକ୍ରମ ଦେଓ ( ବିଶାଖାପାଟଣାମ୍) ଚୈତନ୍ୟ ଦେଓ ଙ୍କ ଭାଇ ର ପୁଅ ,ଚନ୍ଦ୍ର ଶେଖର ଦେଓ ,ଗୋପିନାଥ ଦେଓ ,ନାରାୟଣ ସିଂ ଲାଲ ଙ୍କ ପୁଅ ,ଶ୍ରୀ କୁମାର ସୂର୍ଯ୍ୟ ଭାନୁ ସିଂ ଲାଲ୍ ,ହୀରା ଦେବୀ ନିନି ଦେବୀ ଙ୍କ ପୁତ୍ର ଶ୍ରୀ ଗୋବିନ୍ଦ ଚନ୍ଦ୍ର ଭଞ ସାମନ୍ତ।ନବରଙ୍ଗପୁର ରାଜା ଚୈତନ୍ୟ ଦେଓ ଙ୍କର ନିରଙ୍କୁଶ ସମ୍ପତ୍ତି ନ ଥିଲା।କିନ୍ତୁ ଗୋଟିଏ ଭରଣ ପୋଷଣ ଗ୍ରାଣ୍ଟ୍ ତାଙ୍କ ଦାବି ଅନୁସାରେ ନିରଙ୍କୁଶ ଅଟେ ବୋଲି ପ୍ରମାଣ କରିବାକୁ ତାଙ୍କ ଉପରେ ଛାଡି ଦିଆଗଲା।ତାଙ୍କ ଉତ୍ତରାଧିକାରୀ ଦାବା ଜୟପୁର ରାଜା ଙ୍କ ସପଖ୍ୟ ରେ ଯାଇଥିଲା ।
ଶେଷରେ ଏହା ଜୟପୁର ରେ ମିଶି ଯାଈ ଥିଲା।ପୁରୁଣା ବଂଶ ର ଘର ଦ୍ଵାର ଧ୍ଵଂସା ବିଶେଷ ନବରଙ୍ଗପୁର ଓ ପାପଡାହାଣ୍ଡି ରେ ରହିଛି।ରାଜ ନ ଅର ପ୍ରାଚୀର କିଛି ଭଗ୍ନାବଂଶେଷ ବର୍ତ୍ତମାନ ବି ମୁକ ସାଖି ରୂପେ ଦଣ୍ଡାୟମାନ।ବର୍ତ୍ତମାନ ର ସବ୍ ଡିଭିଜନ ଅଫିସ୍,ଏଲ ଆଇ ସି କଲୋନି ,ଧର୍ମ ଶାଳା ତୋଟା ,ଦୈନିକ ବଜାର ସ୍ଥଳରେ ଥିବା ଗାଦିଆ ଘର ,ରାଣୀ ତୋଟା ,ଦଶହରା ପଦା ତୋଟା ଆଦି ଚୈତନ୍ୟ ଦେଓ ଙ୍କର ସ୍ମ୍ରୃତି ବହନ କରୁଛି।ରେଭିନ୍ୟୁ କଲୋନି ,ଇଞିନିୟରି କ୍ୱାର୍ଟର୍ ସ୍ ଏସବୁ ରାଜା ଙ୍କ ର ଉଆସ ଅନ୍ତର୍ଭୁକ୍ତ ଥିଲା। ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ କୁ ରାଜା ଚୈତନ୍ୟ ଦେଓ ଉଚ୍ଚ ବିଦ୍ୟାଳୟ ଭାବରେ ୩୦-୬-୧୯୫୦ ରେ ସରକାର ସ୍ଵିକ୍ରୃତି ପ୍ରଦାନ କରିଥିଲେ।ପୁରୁଣା ଭଣ୍ଡାର ଘରଣୀ ମନ୍ଦିର ଉପରେ ରାଜା ଚୈତନ୍ୟ ଦେଓ ଙ୍କ ର ପ୍ରତିମୂର୍ତ୍ତୀ ଥିଲା। ରାଜ ପ୍ରାସାଦ ର ଜରାଜୀର୍ଣ ଅବସ୍ଥାରେ ଥିବା କିଛି କୋଠାର ଭଗ୍ନାଂବଶେଷ ରାଜ ପ୍ରାସାଦ ର ମୂଖ ଶାଳା ସେଇ ସମୟ ର ସଙ୍କେତ ବହନ କରିଥାଏ।