Odisha news

ହିଜାବ ରୁ ମୁକ୍ତି ପାଇବା ପାଇଁ ରାସ୍ତାକୁ ଓଲ୍ହାଇଲେ ଇରାନ ର ମୁସ୍ଲିମ ମହିଳା

0

ନୂଆଦିଲ୍ଲୀ : ଇସ୍ଲାମିକ ରାଷ୍ଟ୍ର ଇରାନ ରେ ହିଜାବ କୁ ନେଇ ଜବରଦସ୍ତ ବିରୋଧ ପ୍ରଦର୍ଶନ ହେଉଛି l ଇରାନ ର ମହିଳାମାନେ ହିଜାବ କୁ ବିରୋଧ କରି ରାଜରାସ୍ତା କୁ ଓଲ୍ହାଇଛନ୍ତି l କେବଳ ଏତିକି ନୁହେଁ ସେ ପବ୍ଲିକ ପ୍ଲେସ ରେ ନିଜର ବୁର୍ଖା କାଢି ବିରୋଧ ମଧ୍ୟ ପ୍ରଦର୍ଶନ କରିଥିଲେ l ଇରାନ ର ସରକାରୀ ସମାଚାର ଏଜେନ୍ସି ଖବର ଅନୁସାରେ ଏହି ମହିଳାମାନେ ଭିଡିଓ ପ୍ରସ୍ତୁତ କରି ଇସ୍ଲାମିକ ରିପବ୍ଲିକ ର କଠୋର ହିଜାବ ନିୟମକୁ ବିରୋଧ ପ୍ରଦର୍ଶନ କରୁଛନ୍ତି l

ଇରାନୀ ନିୟମ ଅନୁସାରେ ମହିଳାମାନେ ସାର୍ବଜନିକ ଭାବରେ ନିଜ ମୁଣ୍ଡ ଘୋଡାଇ ରଖିବା ଅନିର୍ବlଜ୍ୟ ଅଟେ l ଦେଖିବାକୁ ଗଲେ ଏଠାରେ ପ୍ରାୟ ହିଜାବ କୁ ନେଇ ପ୍ରଦର୍ଶନ ଜାରି ରହିଥାଏ l ଇରାନ ର ଅଧିକାରୀ ମାନେ ଜୁଲାଇ ୧୨ ତାରିଖ କୁ ହିଜାବ ଏବଂ ଶୁଦ୍ଧତା ଦିବସ ଭାବରେ ଘୋଷଣା କରିଥିଲେ l ଏହାକୁ ବିରୋଧ କରି ମହିଳାମାନେ ରାଜରାସ୍ତା କୁ ଓଲ୍ହାଇ ଥିଲେ l

ସୋସିଆଲ ମିଡିଆରେ ସେୟାର କରାଯାଇ ଥିବା ଭିଡିଓ ରେ ମହିଳା ମାନଙ୍କ ବ୍ୟତୀତ ପୁରୁଷ ମାନେ ମଧ୍ୟ ଏହି ନିୟମ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିଥିଲେ l ମହିଳାମାନେ ବିନା ହିଜାବ ରେ ଦୋକାନ ଓ ପବ୍ଲିକ ଟ୍ରାନ୍ସପୋର୍ଟ ରେ ଦେଖିବାକୁ ମିଳିଥିଲେ l ଇରାନ ସରକାର ହିଜାବ କୁ ଅନିର୍ବଜ୍ୟ କରିବା ପାଇଁ ଦେଶରେ ସୁରକ୍ଷା କର୍ମୀଙ୍କୁ କଡା ନିର୍ଦେଶ ଦେଇଛନ୍ତି l କିନ୍ତୁ ମହିଳା ମାନଙ୍କ ବିରୋଧ ବଢ଼ିବାରେ ଲାଗିଛି l

Leave A Reply