ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା : ୧୭ରେ ଡିଜିପି ଅଫିସ୍ ସାମ୍ନାରେ ଧାରଣା, ୧୯ରେ ଓଡ଼ିଶା ବନ୍ଦ ଡାକରା
ଛାତ୍ରୀଙ୍କ ପରିବାର ଆନେ୍ଦାଳନକୁ ସମର୍ଥନ କଲା ନବ ନିର୍ମାଣ କୃଷକ ସଂଗଠନ
ଭୁବନେଶ୍ୱର,(ନି.ପ୍ର): ବିଜେବି କଲେଜ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିବାର ୧୨ ଦିନ ବିତଗଲାଣି । ପୋଲିସ ରାଗିଂର ସୁରାକ୍ ପାଇନଥିବାବେଳେ ରାଜ୍ୟବ୍ୟାପି ଆନେ୍ଦାଳନ କରିବାପାଇଁ ନିଷ୍ପତି ହୋଇଛି । ରୁଚିକାଙ୍କ ମା’ ବିଦ୍ୟୁତଲତା ମହାନ୍ତିଙ୍କୁ ପୋଲିସ ବିଜେବି କଲେଜ ସାମ୍ନାରୁ ବଳପୂର୍ବକ ଉଠାଇ ଦେଇଥିଲା । ସେ ଗତ କାଲି ଝିଅର ଏକାଦଶହ କର୍ମ ନିଜ ଗାଁ କଖଡିରେ ଶେଷ କରିବା ପରେ ବୁଧବାର ଭୁବନେଶ୍ୱର ଲୋୟର ପିଏମସିକୁ ଆସି ସମର୍ଥକମାନଙ୍କ ସହ ଧାରଣାରେ ବସିଥିଲେ । ସେଠାରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପହଞ୍ଚô ତାଙ୍କୁ ଆନେ୍ଦାଳନରେ ମିଶିବା ସହ ୧୯ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛନ୍ତି । ୧୪ ଓ ୧୫ ତାରିଖରେ ଭୁବନେଶ୍ୱରର ବିଭିନ୍ନ କଲେଜ ବୁଲି ରୁଚିକାଙ୍କ ଆତ୍ମହତ୍ୟା ରହସ୍ୟ ଉନ୍ମୋଚନ ପାଇଁ ଆନେ୍ଦାଳନରେ ସାମିଲ୍ ହେବାକୁ ବୁଝାଇ କହିବେ । ସେହିପରି ୧୬ ଓ ୧୭ ତାରିଖରେ କଲଜର ଛାତ୍ରଛାତ୍ରୀଙ୍କୁ ବୁଝାଇବାର କାର୍ଯ୍ୟକ୍ରମ ରହିଛି । ଏଥଇôସହିତ ୧୭ ତାରିଖରେ କଟକ ଡିଜିପି ଅଫିସ ସମ୍ନନେୋ ବିଦ୍ୟୁୁତଲତାଙ୍କ ସମର୍ଥକମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ରାଜ୍ୟର ବିଭିନ୍ନ ଛାତ୍ର ସଂଗଠନ ଓ କଲେଜର ବିଭିନ୍ନ ଛାତ୍ରଛାତ୍ରୀମାନେ ୧୯ ତାରିଖ ଆନେ୍ଦାଳନରେ ସାମିଲ ହେବାସହ ଆନେ୍ଦାଳେନକୁ ସମର୍ଥନ କରି ସଫଳ କରିବାକୁ ନିବଦେନ କରିଛନ୍ତି କୃଷକ ନେତା ଅକ୍ଷୟ କୁମାର ।
ସୂଚନା ଅନୁସାରେ ଆଗାମୀ ୧୯ ତାରିଖରେ ନବନିର୍ମାଣ କୃଷକ, ଛାତ୍ର ସଂଗଠନ ଓଡିଶା ବନ୍ଦ ଡାକରା ଦେଇଛି । ସେହିପରି ସଂଗଠନ ଆଗାମୀ ୧୭ ତାରିଖ ଦିନ ପୋଲିସ ଡିଜି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ । ଏହି ଧାରଣାରେ ସମସ୍ତ ରାଜନୈତିକ ଦଳ ସାମିଲ ହେବା ପାଇଁ ସଂଗଠନର ଆବାହକ ଅକ୍ଷୟ କୁମାର ନିବେଦନ କରିଛନ୍ତି । ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଂଗରେ ସାମ୍ୱାଦିକ ସମ୍ମିଳନୀରେ ବୁଧବାର ନବନିର୍ମାଣ କୃଷକ ସଂଗଠନ, ନବନିର୍ମାଣ ଛାତ୍ର ସଂଗଠନ ଓ ରୁଚିକାଙ୍କ ମା’ଙ୍କ ଉପସ୍ଥିତିରେ ଆନେ୍ଦାଳନ ନେଇ ଘୋଷଣା ହୋଇଛି । ଆତ୍ମହତ୍ୟାକୁ ୧୨ ଦିନ ବିତିଥିଲେ ବି କୌଣସି ନିଷ୍କର୍ଷରେ ପହଞ୍ଚିପାରିନି ପୋଲିସ । ରାଗିଂ ହୋଇ ନ ଥିବା ପୋଲିସ କହୁଛି । ମା’ ଧାରଣାରେ ବସିଥିବାବେଳେ ପୋଲିସ ଜାରଜବରଦସ୍ତ ଉଠାଇଦେଇଛି । ନୈତିକତା ଦୃଷ୍ଟି କୋଣରୁ ହଷ୍ଟେଲ ୱାର୍ଡନ, ସୁପରିଟେଣ୍ଡେଣ୍ଟ ଇସ୍ତଫା ଦେବା କଥା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆଗାମୀ ୧୪ ଓ ୧୫ତାରିଖରେ କଲେଜ କଲେଜ ବୁଲି ଛାତ୍ରଛାତ୍ରୀମାନେ ସାମିଲ ପାଇଁ ରୁଚିକାଙ୍କ ମା ଓ ନବନିର୍ମାଣ ଛାତ୍ର ସଂଗଠନ ଅନୁରୋଧ କରିବେ । ପରେ ରାଜ୍ୟବ୍ୟାପି ଏହି ଆନେ୍ଦାଳନ କରାଯିବ ।
