ନିରାକାରପୁର, ୧୩/୭: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୋ ସେବା ସମବାୟ ସମିତିର ନିର୍ବାଚନ ଶେଷ ହେବା ପରେ ଆଜି ସମିତିର ସଭାପତି ନିର୍ବାଚନ ହୋଇଛି ।ଲେଣ୍ଡୋ ସେବା ସମବାୟ ସମିତିର ସମସ୍ତ ଓ।ର୍ଡରେ ନିର୍ବାଚନ ହେବା ପରେ ନବ ନିର୍ବାଚିତ ସଭ୍ୟ ମାନଙ୍କ ମଧ୍ୟରେ ସମିତିର ସଭାନେତ୍ରୀ ନିର୍ବାଚନ ଆଜି ହୋଇଥିଲା।ସଭାନେତ୍ରୀ ନିର୍ବାଚନରେ ସଂଯୁକ୍ତା ରାୟସିଂହ ନିର୍ବାଚିତ ହୋଇଥିଲେ।ସମବାୟ ସମିତିର ନବ ନିର୍ବାଚିତ ସଭାନେତ୍ରୀଙ୍କ ସହିତ ସମସ୍ତ ସଭ୍ୟ ଓ ସଭ୍ୟା ଶପଥ ପାଠ କଳି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।
