ଅସ୍ତରଙ୍ଗ,, ପୁରିଜିଲ୍ଲା ଅସ୍ତରଙ୍ଗ ଥାନା ଶିଶୁଅ ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଅଛି। ଛୋଟ ପୁଅ ବନ୍ଦ କୋଠରୀରେ କାନ୍ଦିବା ଓ, ଘର କବାଟ ନ ଖୋଲିବାରୁ ଘର ଲୋକେ କବାଟ ତାଡି ପୁଅକୁ ଉଦ୍ଧାର କରିବା ସହ ମାର ମୃତ ଦେହକୁ ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତ ସରିର ଜବତ କରି ତଦନ୍ତ ଜାରି ରଖିଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ,କାକଟପୁର ଥାନା ଅଧିନ ଓଥକା ଗ୍ରାମପଂଚୟତ ର ଚଣ୍ଡୀକୁଦ ଗ୍ରାମର ପ୍ରିୟଙ୍କା ବେହେରା ଅସ୍ତରଙ୍ଗ ବ୍ଲକ ର ଶିଶୁଅ ଗ୍ରାମର ହରିହର ବେହେରାଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ । ଦୁଇ ବର୍ଷ ବିବାହ ଭିତରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ଲାଭ କରିଥିଲା । ତାରି ଭିତରେ ହରିହର ଗ୍ରାମରେ ନ ରହି ଭୁବନେଶ୍ବର ରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରିଥିଲେ । ହରିହର ସେଠାରେ କାର୍ଯ୍ୟ କଲା ଭିତରେ ଘରକୁ ନ ଆସି ତାଙ୍କର ବିବାହିତା ସ୍ତ୍ରୀ ଙ୍କୁ ଅଣ ଦେଖା କରିବାରୁ କଥାଟି ପଦାକୁ ଆସିଥିଲା । ଜଣାଗଲା ଯେ ହରିହର ଯେଉଁ କମ୍ପାନୀରେ କାର୍ଯ୍ୟରତ ସେହି କମ୍ପାନୀରେ ଥିବା ଏକ ଝିଅକୁ ଭଲପାଇ ବସିଛନ୍ତି । ଏହି କଥାକୁ ସହଜରେ ଗ୍ରହଣ କରି ପାରୁନ ଥିଲେ ସ୍ତ୍ରୀ ପ୍ରିୟଙ୍କା । ଏହିପରି କିଛି ଦିନ ଗଲାପରେ ଶୁକ୍ରବାର ଦିନ ରାତ୍ରରେ ଘରେଥିବା ଘରର ସଦସ୍ୟ ମାନେ ଖାଇ ପିଇ ସୋଇ ଗଲାପରେ ପ୍ରିୟଙ୍କା ମଧ୍ୟ ତାଙ୍କର କାର୍ଯ୍ୟ ସାରି ଛୋଟ ପୁଅକୁଧରି ଶୋଇବାକୁ ଯାଇଥିଲେ ।
ଘରଭିତରେ କବାଟ କିଳି ପୁଅକୁ ସୋଇଦେଇ ରସି ଲଗାଇବା ପୂର୍ବରୁ ଏକ କାଗଜରେ ଲେଖିଥିଲେ ଯେ ମୋ ସ୍ୱାମୀ ମୋତେ ଅନାଦର କରିବା ସହ ସେ ଯେଉଁ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ସେଠାରେ ଏକ ଝିଅକୁ ଭଲ ପାଇବା ଆଦି ଘଟଣାକୁ ନେଇ ମୁଁ ଆଜି ଏପରି ନିଷ୍ପତି ନେଉଛି । ରାତି ପାହିଲା ହେଲେ ପ୍ରିୟଙ୍କା ସୋଇଥିବା କବାଟ ନ ଖୋଲିବା ଓ ମା ର ଝୁଲନ୍ତା ଶରୀର ଦେଖି ପୁଅ କାନ୍ଦିବା ଶୁଣି ଘର ଲୋକ କବାଟ ତାଡି ପୁଅକୁ ଉଧାର କରି ବା ସହ ମାର ମୃତ ଦେହ ଦେଖି ଅସ୍ତରଙ୍ଗ ପୋଲିସିକୁ ଖବର ଦେଇଥିଲେ ।
ଅସ୍ତରଙ୍ଗ ଥାନାର ଇବଇନ୍ସପକ୍ଟର ଅଶୋକ ଦାସ ଙ୍କ ନେତୃତ୍ୱରେ ଏକ ଟିମ ପହଂଚିବା ଓ ପୁରୀ ରୁ ସାଇଁଟିଫିକ ଦଳସହ ଅସ୍ତରଙ୍ଗ ତହସିଲଦାର ରାଜଳଷ୍ମୀ ନାୟକ ପହଂଚି ମୃତ ଶରୀର ଉଧାର କରି ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ତଦନ୍ତ ଜାରି ରକହିଛନ୍ତି । ଅପରପକ୍ଷରେ, ଝିଅ ବାପଘର ଙ୍କ ଅଭିଯୋଗ କ୍ରମେ ପୋଲିସି,୧୬୩/୨୨ ଏକ ମୋକଦମା ରୁଜକରିବା ସହ ଦଫା,୪୯୮,୩୦୨,୩୦୪ ବି ୨୯୪,୫୦୬,୩୪ ଆଇପିସି ରେ ଏକ ମୋକଦମା ରୁଜକରି ତଦନ୍ତ ଜାରି ରଖି ଥିବା ବେଳେ ପୋଷ୍ଟବଟମ ହେବା ନେଇ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଅଛି ବୋଲି ଅତିରିକ୍ତ ଥାନା ଅଧକାରୀ ଶ୍ରୀଯୁକ୍ତ ଦାସ ପ୍ରକାଶ କରିଛନ୍ତି ।