ବାରିପଦା : ଦ୍ୱାରଶୁଣୀ ଘାଟିର ଅବ୍ୟବସ୍ଥାର ସ୍ଥାୟୀ ପ୍ରତିକାର ନିମନ୍ତେ ଚଳିତ ଜୁଲାଇ ମାସ ୧୪ତାରିଖ ଗୁରୁବାର ଦିନ ଭଞ୍ଜସେନା ପକ୍ଷରୁ ବାଙ୍ଗିରିପୋଷି ଘାଟିତଳ ଉପରସାହି ଠାରେ ଏନଏଚ୍-୪୯ ଉପରେ ହରତାଳ କରାଯିବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି । ଏଥିରେ ସାମିଲ ହେବାକୁ ସବୁ ବର୍ଗର ଲୋକଙ୍କୁ ଆହ୍ୱାନ କରାଯିବ ବୋଲି ଭଞ୍ଜସେନା ଜିଲ୍ଲା ଉପସଭାପତି ସନ୍ତୋଷ ଗିରି, ବାରିପଦା ଉପଖଣ୍ଡ ସାଧାରଣ ସମ୍ପାଦକ ମନୋରଞ୍ଜନ ବାରିକ ଓ ବ୍ଲକ ସଭାପତି ସତ୍ୟପ୍ରକାଶ ମହାନ୍ତି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।