Odisha news

ଏମକେସି ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ବାରିପଦା  : ବନ ମହୋସôବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଏମକେସି ହାଇସ୍କୁଲ ଇକୋ କ୍ଲବ ତରଫରୁ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଦ୍ୟାଳୟର ଇକୋ କ୍ଲବ ଶିକ୍ଷକ ଅମିତାଭ ମିଶ୍ର, ଶିକ୍ଷକ ରାଜୀବ ଲୋଚନ ଜେନା ଓ ଲକ୍ଷ୍ମୀ ନାରାୟଣ ମହାନ୍ତ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ଉପକାରିତା ଓ ବନ ମହୋସôବ ପାଳନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଇକୋ କ୍ଲବର ଛାତ୍ରଛାତ୍ରୀ ମାନେ ଅନୁନ୍ୟ ଗୋଟିଏ ବୃକ୍ଷରୋପଣ ବିଦ୍ୟାଳୟରେ କରିବା ସହ ଉକ୍ତ ବୃକ୍ଷର ଯନô ନେବା ପାଇଁ ଶପଥ ନେଇଥିଲେ । ସପ୍ତାହେ ବ୍ୟାପୀ ଅନୁଷ୍ଠିତ ବିଭିନ୍ନ ପରିବେଶ ଭିତ୍ତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply