Odisha news

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ସମାବେଶରେ ଯୋଗଦାନ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

0
ରମ୍ଭା :୮,୭ ଗଞ୍ଜାମ ସହରସ୍ଥିତ ଚୌଧୁରୀ ସାହି ରେ  କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସ୍ଵାଗତ ଜଣାଇବା ନିମନ୍ତେ ଭାଜପା ପକ୍ଷରୁ ଏକ ପ୍ରାକ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି। ଆସନ୍ତା୧୦ରିଖରେ ଗୋଳନ୍ଥରା ନିକଟସ୍ଥ  ଶ୍ରୀ ଈଶାଣେଶ୍ଵର ମନ୍ଦିର ପ୍ରାଙ୍ଗଣରେ କାର୍ଯ୍ୟକର୍ତ୍ତା ସମାବେଶରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ରମ୍ଭା ଠାରୁ ଆରମ୍ଭ କରି ଗୋଳନ୍ଥରା ପର୍ଯ୍ୟନ୍ତ ସ୍ଵାଗତ ସମ୍ବର୍ଦ୍ଧନା ଦେବା ସହ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା।
ଛତ୍ରପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଡାକ୍ତର ସୁବାସ ଚନ୍ଦ୍ର ସାହୁ, ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ  କିର୍ତ୍ତନ ଦାସ, ଜିଲ୍ଲା ଉପସଭାପତି ରଶ୍ମୀରାଣୀ ମହାପାତ୍ର, ମଣ୍ଡଳ ସଭାପତି ଶ୍ରୀଧର ବାଡତ୍ୟା,ହୁମ୍ମା ମଣ୍ଡଳ ସଭାପତି ସୁରେନ୍ଦ୍ର ସାହୁ,ପାଳିବନ୍ଧ ପଞ୍ଚାୟତ ର ନିରାକାର ଜେନା,ମଲାଡ ପଞ୍ଚାୟତ ର ଟୁକୁ ଭାଇ, ବରିଷ୍ଠ ଭାଜପା ନେତା ସୁରେନ୍ଦ୍ର ନାହାକ,ସାନ ରାମଚନ୍ଦ୍ରପୁର ପଞ୍ଚାୟତ ର  ବିଳାସ କୁମାର ନାୟକ, କାଇଁଚପୁର ପଞ୍ଚାୟତ ର  ରାଜାରାଓ ରେଡୀ, ଶରତ ଚନ୍ଦ୍ର ମହାପାତ୍ର, ପୂର୍ବତନ କାଉନସିଲର ଶରତଚନ୍ଦ୍ର ବେହେରା,ଝାରିଡି ନାଏବ ସରପଞ୍ଚ ରଞ୍ଜୟ ନାହାକ ଓ ରୋହିତ ନାହାକ,ରାମଗଡର ପଞ୍ଚାୟତ  ମନୋଜ କୁମାର ବେହେରା ପ୍ରମୁଖ ଭାଜପା  ନେତାମାନେ ବୈଠକରେ ଯୋଗ ଦେଇ ଆଲୋଚନାରେ ଭାଗନେଇଥିଲେ।
Leave A Reply