Odisha news

ରାମଚଣ୍ଡୀ ନଦୀ କୂଳରେ ଆନ୍ତର୍ଜାତୀୟ ସ୍ତରୀୟ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କକୁ ହସ୍ତାନ୍ତର ହେବ ୧୮ ଏକର ଜମି,ପ୍ରସ୍ତୁତି ଆରମ୍ଭ

0
କୋଣାର୍କ:୮/୭ କୋଣାର୍କ ପୁରୀ ବେଳାମାର୍ଗ ରାମଚଣ୍ଡୀ ମଦିର ଠାରୁ ଲୋଟସରିସର୍ଟ ପର୍ଯ୍ୟନ୍ତ ରାମଚଣ୍ଡୀ ନଦୀ କୁଳ କୁ ଲାଗି ଥିବା ସରକାରୀ ଖାଲି ଜମି ଗୁଡିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଆନ୍ତର୍ଜାତୀୟ ସ୍ତରୀୟ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ କରିବା ନିମନ୍ତେ ରାମଚଣ୍ଡୀ ମଦିର ଠାରୁ ମୁଖ୍ୟ ରାସ୍ତା ପାର୍ଶ୍ଵ ନଦୀକୂଳଦେଇ ଥିବା ଖାଲି ଜମି ଖାତାନମ୍ବର -୧୦୨ ସାବକ ପ୍ଲଟ ନମ୍ବର-୯୧୬  ମୌଜ଼ା- ଖାଲକଟାପାଟଣା  ଥିବା ୧୮ ଏକର ଜମି କୁ ଇଡ଼କକୁ ହସ୍ତାନ୍ତର ପାଇଁ ଏବେ ପକ୍ରିୟା ଆରମ୍ଭ ହୋଇଥିବା ବିଶେଷ ସୂତ୍ର ରୁ ସୂଚନା ମିଳିଛି ।ଏଠାରେ ସୂଚନା ଥାଉକି ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ କୁ ବିଶ୍ୱ ସ୍ଥରୀୟ ରୂପରେଖ ଦେବା ପାଇଁ ରାଜ୍ୟ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ବିଭିନ୍ନ ପ୍ରକଳ୍ପ ର  କାର୍ଯ୍ୟ ଆରମ୍ଭ କରିଥିବା ଦେଖାଯାଈଛି ।
ଓଡିଶା ର ପର୍ଯ୍ୟଟନ ଶିଳ୍ପ କୁ ଆଉ ପାଦେ ଆଗକୁ ନେବାକୁ ଏବଂ ବିଶ୍ୱ ପ୍ରସିଦ୍ଧ କୋଣାର୍କ କୁ ଦେଶ ବିଦେଶ ପର୍ଯ୍ୟଟକ ଙ୍କ ଆଗମନ କୁ ନେଇ, ସରକାର କୋଣାର୍କ ନିକଟରେ ବିଭିନ୍ନ ପ୍ରମୁଖ ଜାଗାରେ ଥିବା ସମୁଦ୍ର ନିକଟସ୍ଥ ୩୦୦ ଏକର ଜଙ୍ଗଲ ଥିବା ଜମି  କୁ ଇଡ଼କୋ କୁ ହସ୍ତାନ୍ତର କରି  ଆନ୍ତର୍ଜାତୀୟ ସ୍ତରୀୟ ପର୍ଯ୍ୟଟନ ପ୍ରକଳ୍ପ ପାଇଁ କାର୍ଯ୍ୟ କରିବା କୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ  ଚନ୍ଦ୍ରଭଗା ବେଳମାର୍ଗରେ ୭୦ ଏକର ରୁ ଉର୍ଦ୍ଧ ଜଙ୍ଗଲ ଜମି  ଇଡ଼କକୁ ଦେବା ପକ୍ରିୟା ସହିତ ରାମଚଣ୍ଡୀ ମୁହାଁଣ ନିକଟ ଲୋତସ ରିସର୍ଟ ନିକଟ ସାହୁଖଣ୍ତତା ରେ ଥିବା ଜଙ୍ଗଲଜମି କୁ ନେଇ ହୋଟେଲ ପ୍ରକଳ୍ପ ପାଇଁ ଇଡ଼କକୁ ଦେବାନିମନ୍ତେ ପ୍ରସ୍ତୁତି ପ୍ରସାଶନ ପକ୍ଷରୁ ଆରମ୍ଭ କରାଯାଇଥିବା ଜଣାପଡିଛି ।ଖବର ନେବାରେ ଜଣାପଡେକି ପୁରୀ କୋଣାର୍କ ବେଳମାର୍ଗରେ ରାମଚଣ୍ଡୀ ମୂହାଁଣ ନିକଟରେ ଥିବା ସାହୁଖଣତା ମୌଜ଼ର ଖାତା ନଂ-୨ ପ୍ଲାଟ ନଂ-୧/୫ ରେ ଥିବା ସମୁଦାୟ ୫ଏକର .୬୫ଡିସିମିଲି କିସମ -ଝାଉଁ ଜଙ୍ଗଲ (ରଖିତ ଅନାବାଦୀ) ଜମି କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଟେଲ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କକୁ ହସ୍ତାନ୍ତର କରିବା ନିମନ୍ତେ ତୃତୀୟ ପର୍ଯ୍ୟାୟରେ ରାମଚଣ୍ଡୀ ନିକଟସ୍ଥ ଉକ୍ତ ଜମି କୁ ଇଡ଼କୋ ର ଏକ ପ୍ରତିନିଧି ସହିତ ପୁରୀ ପିକେଡିଏ ର ଅଧିକାରୀ ,ସମସ୍ତ ପକ୍ରିୟା ଅନୁଧ୍ୟାନ କରୁଥିବା ଦେଖାଯାଇଥିଲା । ଖୁବ ଶୀଘ୍ର ଏହା ଇଡ଼କକୁ ହସ୍ତାନ୍ତର କରାଯିବ ବୋଲି ବିଶେଷ ସୂତ୍ର ରୁ ଜଣା ପଡ଼ିଛି ।
Leave A Reply