Odisha news

କୋଟିଆରେ ରାଜସ୍ବ କମିଶନର, ବିକାଶକୁ ନେଇ ସମୀକ୍ଷା କଲେ

0
ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗସ୍ତ କରିବା ପରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ଟି ଆଓ ଗସ୍ତ କରିଥିବା ଜଣାପଡିଛି।କୋଟିଆ ଗ୍ରାମପୁଞ୍ଜର ସର୍ବାଙ୍ଗୀନ ବିକାଶକୁ ନେଇ ସେ ସମୀକ୍ଷା କରିଥିଲେ। ଧୁଲିପଦର ସ୍କୁଲ ଗୃହ କାହିଁକି ମରାମତି କରାଯାଉନାହିଁ ବୋଲି ସେ ଉପସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକଙ୍କୁ ତାଗିଦ କରିଥିଲେ। ଏପରିକି ଆନ୍ଧ୍ର ସ୍କୁଲଗୁଡିକରେ ଶିକ୍ଷଣୀୟ ପରିବେଶ ଥିବା ବେଳେ କୋଟିଆରେ କାହିଁକି ନାହିଁ ବୋଲି   ସେ ପ୍ରଶ୍ନ କରିଥିଲେ। ଆନ୍ଧ୍ର ସ୍କୁଲ ଗୁଡିକରେ ଏଲଇଡି ସିଷ୍ଟମରେ  ଶିକ୍ଷା ପ୍ରଦାନ କରାଯାଉଥିବା ଶ୍ରୀ ନାହାକ ପ୍ରକାଶ କରିବା ସହ ସୀମାନ୍ତ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରାଗଲେ ପିଲାମାନେ ଆକର୍ଷିତ ହୋଇ ଓଡିଶା ସ୍କୁଲରେ ପାଠ ପଢିବେ ବୋଲି ପ୍ରକାଶ କରିଥିଲେ।ଏହି ବ୍ୟବସ୍ଥା କରିବା ପାଇଁ ଆପଣ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି କି ବୋଲି ରାଜସ୍ବ କମିଶନର ଅଧିକାରୀଙ୍କୁ ପଚାରିଥିଲେ ବୋଲି ଜଣାପଡିଛି। ମାଡକାରରେ କାହିଁକି ଅଙ୍ଗନୱାଡ଼ି ଗୃହ ନିର୍ମାଣ ସରି ନାହିଁ ବୋଲି ସୁପରଭାଇଚରଙ୍କୁ  ପ୍ରଶ୍ନ ପଚାରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି ଜଣାପଡିଛି। ସମୀକ୍ଷା ବୈଠକ ଚାଲିଥିବା ସମୟରେ ବିଦ୍ୟୁତ ବିଭ୍ରାଟ ହୋଇଥଲା।
ବିଦ୍ୟୁତ, ପାନୀୟ ଜଳ ଓ ଗ୍ରାମୀଣ ରାସ୍ତାର ଉନ୍ନତିକରଣ ସେ ଗୁରୁତ୍ବ ଦେଇଥିଲେ ବୋଲି ଜଣାପଡିଛି । ସମୀକ୍ଷା ବୈଠକ ପରେ ସେ କୋଟିଆ ହସପିଟାଲ ପରିଦର୍ଶନ କରିଥିଲେ। ହସପିଟାଲ ପରିଦର୍ଶନ ସମୟରେ ମଧ୍ୟ ବିଦ୍ୟୁତ ଯୋଗାଣ ବ୍ୟାହତ ଥିଲା। କୋଟିଆରେ ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ହେଉଥିବା କାରଣରୁ ଗୋଟିଏ ଡିଜେଲ ଜେନେରେଟର ପ୍ରଦାନ କରିବାକୁ ହସପିଟାଲ କର୍ତୃପକ୍ଷ ନିବେଦନ କରିଥିଲେ ବୋଲି ଜଣାପଡିଛି। ହସପିଟାଲ ପରିଦର୍ଶନ ସମୟରେ ପଟ୍ଟାଙ୍ଗୀ ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଜଗଦୀଶ ଶତପଥି, କୋଟିଆ  ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ରୋସନ ସେନାପତି ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରାମେଶ୍ବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀ ,ଉପ ଜିଲ୍ଲାପାଳ ଲଲିତ କୁମାର କହଁର, ସୁନାବେଡା ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା , ଗ୍ରାମୀଣ ପାନୀୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ପ୍ରାସାଦ ଗାନ୍ଧୀ,ବିଡିଓ ସୌମ୍ୟ ସାର୍ଥକ ମିଶ୍ର, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ, ଜଳବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି, କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ଏବଂ  ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ପଟ୍ଟାଙ୍ଗୀ ବ୍ଲକର ଯନ୍ତ୍ରୀ ଅଜୟ ରାମ ତରାଇ, ଏପିଓ  ସୌମେନ୍ଦ୍ର ନାୟକ, ବଜାର ନିୟନ୍ତ୍ରକ ସୋନାଲି ଖରା , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଟି.ସୁରଭି,ଜଳବିଭାଜିକାର  ପିଏ ମଞ୍ଜୁଲତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply