Odisha news

୭୩ ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ, ନଗର ବନ କାର୍ଯ୍ୟକ୍ରମର ଶୁଭାରମ୍ଭ

0

ଛତ୍ରପୁର ୮/୭ : ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଦେଶରେ ଚାଲିଛି   ୭୩   ତମ ବନ ମହୋତ୍ସବ । କିନ୍ତୁ ଚଳିତ ବର୍ଷ ଭାରତ ସରକାରଙ୍କ ନିର୍ଦ୍ଦେଶରେ ଏହାକୁ ହରିଆଲି ମହୋତ୍ସବରେ କାର୍ଯ୍ୟକ୍ରମ ଚାଲିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଡିଏଫଓ ଅମ୍ଲାନ ନାୟକଙ୍କ ନେତୃତ୍ୱରେ ଏକ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ସିନ୍ଦୁରାପଲ୍ଲୀ ଠାରେ ନଗର ବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହାକୁ ଆରସିସିଏଫ ପ୍ରଶାନ୍ତ କୁମାର ମିଶ୍ର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତୀ ଭାସନ୍‌, ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରାୟ, ବ୍ରହ୍ମପୁର ଏସପି ଡା. ଶ୍ରବଣ ଭିବେକ ଏମ୍‌. ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିବା ସହ ଜଣେ ଜଣେ ଗୋଟାଏ ଲେଖାଁଏ ବୃକ୍ଷରୋପଣ କରିଥିଲେ ।

ଏହା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଂଚଳରେ ପ୍ରାୟ ୧୨ ହେକ୍ଟର  ଯାଗାରେ ବିଭିନ୍ନ ରକମର ଗଛ ସହ ବିରଳ ପ୍ରଜାତିର ବୃକ୍ଷ ରୋପଣ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଆଗାମୀ ଦିନରେ ଏହି ସ୍ଥାନରେ ସାଇକେଲ ଟ୍ରାକ୍‌, ଖୋଲା ବ୍ୟାୟାମଶାଳ, ପିଲାଙ୍କ ମନୋରଞ୍ଜନ ପାଇଁ ପାର୍କ ନିର୍ମାଣ କରାଯିବ । ଯାହା ଫଳରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନେ ଭ୍ରମଣରେ ଆସି ବିଭିନ୍ନ ଗଛ ଚିହ୍ନିବା ସହ ସେଗୁଡିକ ବିଷୟରେ ଜ୍ଞାନ ଆହୋରଣ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଅବସରରେ ଇକୋ କ୍ଲବ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ସହ ସମସ୍ତେ ବୃକ୍ଷ ରୋପଣ କରିଥିଲେ । ବନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ଓ ତାର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଉଥିବା ଛତ୍ରପୁର ଉପଖଣ୍ଡ ସ୍ତରର ଶତୃସୋଲ ବନ ସୁରକ୍ଷା ସମିତି ର ସଭାପତି , ବ୍ରହ୍ମପୁର ଉପଖଣ୍ଡର ତିନି ଘରିଆ ବନ ସୁରକ୍ଷା ସମିତିର ସଭାପତି ଓ ଭଞ୍ଜନଗର ଉପଖଣ୍ଡର ଚାଂଚରାପଲ୍ଲୀ ବନ ସୁରକ୍ଷା ସମିତିର ସଭାପତିଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ -୨୦୨୨ ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

Leave A Reply