Odisha news

ଆଫଗାନିସ୍ତାନ ରେ ଭିକ୍ଷା ବୃତି କରିବାକୁ ବାଧ୍ୟ ହେଉଛନ୍ତି ମହିଳା, ନଚେତ ପିଲାମାନେ ମୃତ୍ୟୁ ବରଂ କରିବେ ଭୋକିଲା

0
ନୂଆଦିଲ୍ଲୀ : ଆଫଗାନିସ୍ତାନ ର ଦକ୍ଷିଣ ପ୍ରାନ୍ତ ଉରୁଜଗନ ରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ଭିକ୍ଷାବୃତି କରିବାକୁ ବାଧ୍ୟ ହୋଇଛନ୍ତି l ଯେଉଁମାନଙ୍କର ସ୍ୱାମୀ ଗତ କିଛିବର୍ଷ ମଧ୍ୟରେ ହୋଇଥିବା ସଂଘର୍ଷ ରେ ପ୍ରାଣ ହରାଇ ଛନ୍ତି l ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ମାନଙ୍କ ଉପରେ ଦୁଃଖର ପାହାଡ଼ ଖସି ପଡିଛି l ମହିଳାମାନେ ସ୍ଥାନୀୟ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରରେ ରୋଜଗାର କରିବା ପାଇଁ କେହି ନାହାନ୍ତି l ତେଣୁ ସେମାନେ ବୁଲି ବୁଲି ଭିକ୍ଷା ବୃତି କରୁଛନ୍ତି l

ମିଳିଥିବା ସୂଚନା ଅନୁସାରେ ବିଧବା ମାନଙ୍କର ଜୀବନ ଏପରି ହୋଇ ଯାଇଛି ଯେ ସେମାନଙ୍କ ନିକଟରେ ନିଜ ସନ୍ତାନ ମାନଙ୍କ ଔଷଧ କିଣିବା ପାଇଁ ମଧ୍ୟ ପଇସା ନାହିଁ l ସେହି ବିଧବା ମହିଳା ମାନେ କହିଥିଲେ ଯେ ଅର୍ଥ ବାଧକ ସାଜି ଥିବାରୁ ଓ ଗରିବ ଶ୍ରେଣୀର ହୋଇ ଥିବାରୁ ସେମାନଙ୍କ ସନ୍ତାନ ମାନେ ଶିକ୍ଷାରୁ ବଞ୍ଚିତ ଅଟନ୍ତି l ସେମାନେ କିଛି କାମ ପାଇବା ଆଶାରେ ଗୋଟିଏ ସାମାଜିକ ସଂଗଠନ ସହିତ କଥା ହୋଇଛନ୍ତି l

ଉକ୍ତ ମହିଳା ମାନେ କୌଣସି ଡ୍ରେସ ଫ୍ୟାକ୍ଟ୍ରି ରେ କାମ ପାଇବାର ଆସ ରଖିଛନ୍ତି l ଉରୁଜଗନ ରେ ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ଏହି ବିଧବା ମାନଙ୍କ ଆହ୍ୱାନ କୁ ସମାଧାନ କରିବା ପାଇଁ ରାସ୍ତା ଖୋଜୁଛୁ l

Leave A Reply