Odisha news

ଘରେ ଧୂପ ଦେବା ଦ୍ୱାରା ବିନାଶ ହୋଇଥାଏ ଏହିସବୁ ଅସୁବିଧା, ଜାଣନ୍ତୁ ଧୂପ ଦେବାର ଲାଭ ଓ ନିୟମ ବିଷୟରେ

0

ଆମ ହିନ୍ଦୁ ଦେବଦେବୀ ଙ୍କ ପୂଜା ସମୟରେ ବିଶେଷ ଭାବରେ ଧୂପ ଦେବାର ଦେଖାଯାଇ ଥାଏ l ମାନ୍ୟତା ଅନୁସାରେ ଧୂପ ଦେବା ଦ୍ୱାରା ନକାରାତ୍ମକ ଶକ୍ତିକୁ ଦୂର କରାଯାଇ ଥାଏ l ଏହାଦ୍ୱାରା ଗ୍ରହ ଦୋଷର ମଧ୍ୟ ପରିସମାପ୍ତି ହୋଇଥାଏ l ରୋଗ ବୈରାଗ ଠାରୁ ଦୁରେଇ ରହିବା ସହିତ ଗୃହ କ୍ଳେଶ ଦୂର ହୋଇଥାଏ l

ଧୂପ ଦେବାର ନିୟମ ଓ ଲାଭ –

* ଘରେ ସପ୍ତାହରେ ଥରେ କିମ୍ବା ୨ଥର ଧୂପ ଦେବା ନିହାତି ଜରୁରୀ, ଏହି ଧୁନି ଆପଣ ଶୁଖିଲା ଲିମ୍ବ ପତ୍ରରେ ଜଳାଇବେ ଓ ଏଥିରେ କିଛି ଗୁଗୁଳ ମିସାଇବେ l ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ ଓ ଘରର ସମସ୍ତ ଜୀବାଣୁ ଙ୍କ ବିନାଶ ହୋଇଥାଏ l

* ଗୃହକୁ କୃର ଦୃଷ୍ଟିରୁ ରକ୍ଷା କରିବା ପାଇଁ ଜୟତ୍ରୀ ଓ ଗୁଗୁଳ କୁ ମିଶାଇ ଧୁନି ଦିଅନ୍ତୁ l ଏହି ଧୂପ ଆପଣ ପ୍ରତିଦିନ ସନ୍ଧ୍ୟା ସମୟରେ ଜଳାଇବେ l ଯାହାଦ୍ୱାରା ଆପଣଙ୍କ ଗୃହରୁ ଖରାପ ଦୃଷ୍ଟିର ବିନାଶ ହେବ l

* ପ୍ରତି ଶନିବାର ଦିନ ଓସ୍ତ ଗଛ ମୂଳରେ ଝୁଣା ଧୂପ ଦିଅନ୍ତୁ, ଏହାଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ଓ ଶନି ଦୋଷ ମଧ୍ୟ ଦୂର ହୋଇଥାଏ l

* ଯଦି ଆପଣଙ୍କର ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ତେବେ ଗୁଗୁଳ, ଗାଈ ଘିଅ କୁ ସୋରିଷ ସହିତ ମିଶାଇ ୨୧ ଦିନ ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ଘରେ ଦିଅନ୍ତୁ, ଏପରି କରିବା ଦ୍ୱାରା  ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲେ ଦୂର ହେବ l

* ସନ୍ଧ୍ୟା ଧୂପ ପୂର୍ବରୁ ନିହାତି ଘର ସଫା କରିବା ଆବଶ୍ୟକ l ଯାହାଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l ମନ, ଶରୀର ଓ ଆତ୍ମା ଶାନ୍ତି ରେ ରହିଥାଏ l

* ଧୂପ ଦେବା ଦ୍ୱାରା ଦେବ ଦୋଷ, ପିତୃ ଦୋଷ, ବାସ୍ତୁ ଦୋଷ ଓ ଗ୍ରହ ଦୋଷ ଦୂର ହୋଇଥାଏ l  ମାନ୍ୟତା ଅନୁସାରେ ସକାଳ ଧୂପ ଦେବ ଗଣ ଙ୍କ ପାଇଁ ଓ ସନ୍ଧ୍ୟା ଧୂପ ପିତୃ ପୁରୁଷ ଙ୍କ ପାଇଁ ଦିଆଯାଇଥାଏ l

* ଏମିତିରେ ତ ପ୍ରତିଦିନ ଧୂପ ଦେବା ଜରୁରୀ l ଯଦିବି ଆପଣ ପ୍ରତିଦିନ ଧୂପ ଦେଇ ପାରୁ ନାହାନ୍ତି ତେବେ ଦଶମୀ, ଏକାଦଶୀ, ସଂକ୍ରାନ୍ତି, ପୁର୍ଣିମା ଓ ଅମାବାସ୍ୟା ଦିନ ନିହାତି ଧୂପ ଦେବା ଜରୁରୀ l ଏହାଦ୍ୱାରା ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l

Leave A Reply