Odisha news

ଚାଣକ୍ୟ ନୀତି : ସର୍ପ ଠାରୁ ମଧ୍ୟ ଭୟଙ୍କର ହୋଇ ଥାଆନ୍ତି ଏଭଳି ବ୍ୟକ୍ତି, ରୁହନ୍ତୁ ସତର୍କ

0

ଚାଣକ୍ୟ ନୀତି ଆଜି ବନ୍ଧୁତା କୁ ନେଇ ଦର୍ଶାଇଛି l କାରଣ ଦୁନିଆରେ ଏପରି କିଛି ଲୋକ ରହିଛନ୍ତି ଯେଉଁମାନେ ଆଗରେ ଗୋଟିଏ ମୁଖା ପିନ୍ଧିଥିଲେ ସୁଧା ସେମାନଙ୍କର ପଛରେ ଆଉ ଗୋଟିଏ ରୂପ ଲୁଚି ରହିଥାଏ l ଏଭଳି ବ୍ୟକ୍ତି କାଳସର୍ପ ଠାରୁ ମଧ୍ୟ ଭୟଙ୍କର l ଚାଣକ୍ୟ ମଧ୍ୟ ମିତ୍ର ଚୟନ ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି l

ଏଭଳି ବ୍ୟକ୍ତି ଠାରୁ ଦୁରେଇ ରହିବା ଉଚିତ –

* ପରା ନିନ୍ଦା କରୁଥିବା ବ୍ୟକ୍ତି :
ଯେଉଁ ବ୍ୟକ୍ତି ଆପଣଙ୍କ ସାମ୍ନା ରେ ପରନିନ୍ଦା କରୁଛି, ସେଭଳି ବ୍ୟକ୍ତିର କଥାକୁ କଦାପି ବିଶ୍ୱାସ କରିବା ଉଚିତ ନୁହେଁ l କାରଣ ଏଭଳି ବ୍ୟକ୍ତି ଯେଭଳି ଆପଣଙ୍କ ସାମ୍ନା ରେ ଅନ୍ୟର ନିନ୍ଦା କରନ୍ତି ଆପଣଙ୍କ ନିନ୍ଦା ମଧ୍ୟ ଅନ୍ୟ ଆଗରେ କରିପାରିବେ l ରୁହନ୍ତୁ ସତର୍କ l

* ମୁଖ ପ୍ରଶଂସା କରୁଥିବା ବ୍ୟକ୍ତି :
ଯେଉଁ ବ୍ୟକ୍ତି ମୁଖ ପ୍ରଶଂସା କରିଥାଏ ସେଭଳି ବ୍ୟକ୍ତିଙ୍କ ନିକଟରୁ ଦୁରେଇ ରହିବା ଉଚିତ l କାରଣ ଏଭଳି ବ୍ୟକ୍ତି ମୁଖ ପ୍ରଶଂସା କରି କାର୍ଯ୍ୟ ହାସଲ କରନ୍ତି ଓ ପଛରେ ଆପଣଙ୍କ ନାମ ରେ ଆଲୋଚନା କରନ୍ତି l ଏଭଳି ବ୍ୟକ୍ତି କାଳ ସର୍ପ ସଦୃଶ l

* ଈର୍ଷାଳୁ ବ୍ୟକ୍ତି :
ସର୍ବଦା ଈର୍ଷାଳୁ ବ୍ୟକ୍ତି ନିକଟରୁ ଦୂରେଇ ରହିବା ଉଚିତ l କାରଣ ଏଭଳି ବ୍ୟକ୍ତି ସୁଯୋଗ ଖୋଜି ଆପଣଙ୍କୁ ତଳିତଳାନ୍ତ କରିବାକୁ ପଛାଇ ନଥାଆନ୍ତି l ଈର୍ଷାଳୁ ବ୍ୟକ୍ତିଙ୍କ ନିକଟରୁ ସର୍ବଦା ଦୂରେଇ ରହିବା ଉଚିତ, କାରଣ ଏମାନେ ସର୍ପ ସହିତ ତୁଳନୀୟ ଅଟନ୍ତି l

* ଧୂର୍ତ ବ୍ୟକ୍ତି :
ଚାଣକ୍ୟଙ୍କ ନୀତି ଅନୁସାରେ ମାଛିର ବିଷ ତାର ମୁଣ୍ଡରେ ରହିଥାଏ, ବିଛାର ଲାଞ୍ଜ ରେ କିନ୍ତୁ ଦୂରଯାନ ବ୍ୟକ୍ତିର ସମଗ୍ର ଶରୀରରେ ବିଷ ଭରି ରହିଥାଏ l ଏଭଳି ଲୋକଙ୍କ ସହିତ ସଙ୍ଗ ଦୋଷ ଆପଣଙ୍କୁ ଦୁର୍ଗତି ଆଡକୁ ନେଇଯିବ l ତେଣୁ ଏଭଳି ବ୍ୟକ୍ତିଙ୍କ ନିକଟରୁ ଦୂରେଇ ରୁହନ୍ତୁ l

Leave A Reply