ସ୍କନ୍ଦ ପୁରାଣ ଅନୁସାରେ ଆଷାଢ଼ ମାସରେ ଭଗବାନ ବିଷ୍ନୁଙ୍କର ବାମନ ଅବତାର ର ପୂଜା କରିବା ଆବଶ୍ୟକ l କାରଣ ଆଷାଢ଼ ମାସର ଦେବତା ଭଗବାନ ବାମନ ମହାପ୍ରଭୁ ଅଟନ୍ତି l ସେଥିପାଇଁ ଆଷାଢ଼ ମାସର ଶୁକ୍ଲପକ୍ଷ ର ଦ୍ୱାଦଶୀ ତିଥିରେ ଭଗବାନ ବାମନଙ୍କ ବିଶେଷ ପୂଜା ଓ ବ୍ରତ ର ପରମ୍ପରା ରହି ଆସିଛି l ସ୍କନ୍ଦ ପୁରାଣ ଅନୁସାରେ ଆଷାଢ଼ ମାସରେ ଭଗବାନ ବିଷ୍ନୁ ଙ୍କର ଏହି ଅବତାର ର ପୂଜା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୁର୍ଣ ହୋଇଥାଏ l ସନ୍ତାନ ସୁଖ ପ୍ରାପ୍ତି ହେବା ସହିତ ଅଜାଣତ ରେ ହୋଇଥିବା କୌଣସି ପାପ ର ମଧ୍ୟ କ୍ଷୟ ହୋଇଥାଏ l
ଗୁରୁବାର ଦିନ କରନ୍ତୁ ଏହି ବିଶେଷ ପୂଜା –
* ଶାସ୍ତ୍ର ରେ ଆଷାଢ଼ ମାସକୁ ଗୁରୁବାର ଦିନଟିକୁ ଭଗବାନ ବିଷ୍ନୁ ଙ୍କର ବାମନ ଅବତାର ର ବିଶେଷ ମହତ୍ୱ ରହିଛି l ଏହିଦିନ ବ୍ରତ ଓ ପୂଜା ପରେ ଛୋଟ ପିଲାଙ୍କୁ ଭଗବାନ ବାମନଙ୍କ ରୂପ ଭାବରେ ଭୋଜନ କରାଇବା ଶୁଭ ଅଟେ l ଏହାଛଡା ବ୍ରାହ୍ମଣ ଙ୍କୁ ଜଳ ଓ ଅନ୍ନଦାନ କରିବା ମଧ୍ୟ ଶୁଭ ଅଟେ l
* ଗୁରୁବାର ଦିନ ଭଗବାନ ବିଷ୍ନୁ ଙ୍କୁ ପୂଜା କରିବା ପରେ ମହିଳା ମାନେ ଘରର ଗୁରୁଜନ ମାନଙ୍କୁ ପ୍ରଣାମ କରି ଜଳ ଗ୍ରହଣ କରିବା ଆବଶ୍ୟକ l ଏହାଛଡା ପର ନିନ୍ଦା ଓ ପର ଚର୍ଚ୍ଚା ଠାରୁ ଦୁରେଇ ରହିବା ଉଚିତ l ଏହାଛଡା ମନରୁ ହିଂସା ଭାବନା ଦୂରକରିବା ଶିଖନ୍ତୁ l
* ବାମନ ମହାପ୍ରଭୁ ମହାଦାନୀ ବାଳୀ ରାଜା ଙ୍କ ଅହଂକାରକୁ ସହ୍ୟ କରି ନଥିଲେ ଓ ସେ କଦାପି ଅହଂକାରୀ ମଣିଷକୁ ଦୟା ଭାବ ରଖି ନଥାନ୍ତି l ତେଣୁ ଏହି ପୂଜା ଗୁରୁବାର ଦିନ କରିବା ସମୟରେ ମନରୁ ଅହଂକାର ତ୍ୟାଗ କରିବା ଆବଶ୍ୟକ l ଯାହାଦ୍ୱାରା ଜୀବନ ରେ ସତ ମାର୍ଗରେ ପରିଚାଳିତ ହୋଇ ପାରିବ l
* ଗୁରୁବାର ଦିନ ଭଗବାନ ବିଷ୍ନୁ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଷ୍ନୁ ସହସ୍ର ନାମ ପାଠ କରିବା ଜରୁରୀ l ଯାହାଦ୍ୱାରା ବିଷ୍ନୁ କୃପା ଲାଭ ହୋଇଥାଏ l
* ଜୀବନ ରେ ସୁଖ ସମୃଦ୍ଧି ପାଇଁ ବ୍ରତ କରିବା ଦିନ ଲକ୍ଷ୍ମୀ ଓ ବିଷ୍ନୁ ଙ୍କୁ ପଦ୍ମଫୁଲ ଅର୍ପଣ କରନ୍ତୁ, ଯାହାଦ୍ୱାରା ଘରର ବାତାବରଣ ରେ ସକାରାତ୍ମକ ପ୍ରଭାବ ରହିବ ଓ ଘରୁ ନକାରାତ୍ମକ ଶକ୍ତି ଦୁରେଇ ଯିବ l