ନିରାକାରପୁର, ୫/୭: କୋଭିଡ କଟକଣା ଯୋଗୁଁ ଦିର୍ଘ ଦୁଇ ବର୍ଷ ଧରି ପଲାସା-କଟକ ପାସେଜଂର ଟ୍ରେନକୁ ବାତିଲ କରିଥିଲା ରେଳବିଭାଗ।ଦିର୍ଘ ଦୁଇ ବର୍ଷ ପରେ ପୁନଃ ପଲାସା କଟକ ପାସେଜଂର ଟ୍ରେନ ଚଳାଚଳ କରିବା ପାଇଁ ରେଳ ବିଭାଗ ପକ୍ଷରୁ ବିଗ୍ୟପ୍ତି ପ୍ରକାଶ ପାଇଛି।ପାସେଜଂର ଟ୍ରେନଟି ପ୍ରତିଦିନ ପଲାସା ରୁ ଭୋର ୪.୧୫ମିନିଟରେ ବାହାରିବ ନିରାକାରପୁର ଷ୍ଟେସନରେ ୮.୧୬ରେ ପହଞ୍ଚିବ ଏବଂ କଟକରେ ୧୦.୧୬ରେ ପହଞ୍ଚିବ।ଉକ୍ତ ପାସେଜଂର ଟ୍ରେନଟି କଟକରୁ ଅପରାହ୍ନ ୪.୧୫ରେ ବାହାରି ନିରାକାରପୁର ରେ ୬.୧୫ରେ ପହଞ୍ଚିବ ଏବଂ ପଲାସା ରେ ରାତି ୧୦.୪୦ରେ ପହଞ୍ଚିବ।ପାସେଜଂର ଟ୍ରେନ ଚାଲିବା ରେଳବାଇ ବିଗ୍ୟପ୍ତି ପ୍ରକାଶ କରିବା ପରେ ସ୍ଥାନୀୟ ଟ୍ରେନ ପାସେଜଂର ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
