Odisha news

କୁମ୍ଭୀର କବଳରୁ ବର୍ତ୍ତିଲେ ଯୁବକ ,ଗୁରୁତ୍ଵର ହୋଇ ବଡ ମେଡିକାଲ ସ୍ଥାନାନ୍ତର

0
ରାଜକନିକା    ୩/୭ : ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ବଡଜୋରମୁହଁ ଗ୍ରାମର ନିତ୍ୟାନନ୍ଦ ପାତ୍ର (୪୫) ଗତକାଲି ଅଳ୍ପକେ କୁମ୍ଭୀର କବଳରୁ ବର୍ତ୍ତିଯାଇ କଟକ ବଡ
ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ ନିତ୍ୟାନନ୍ଦ ସବୁ ଦିନ ପରି ଗତକାଲି ରାତି ଦଶଟା ସମୟରେ ନିଜ ଘର ପାଖରେ ପ୍ରବାହିତ ଖରସ୍ରୋତା ନଦୀ କୂଳକୁ ହାତଗୋଡ ଧୋଇଵାକୁ ଯାଇ ସେଠାରେ ଲୁଚିଥିବା ଏକ ବିଶାଳ କୁମ୍ଭୀର ତାଙ୍କୁ ଅତର୍କିତ ଆକ୍ରମଣ କରି ଥିଲା।ମୁହଁହାତ ଧୋଇବା ବେଳେ ତାଙ୍କ ବେକକୁ କୁମ୍ଭୀର ଧରି ପକାଇ ନଦୀ ମଧ୍ୟକୁ ନେବାକୁ ଚେଷ୍ଟା କରିଥିଲା।
ହେଲେ ନିତ୍ୟାନନ୍ଦ ନିଜକୁ ସାହସ ଜୁଟାଇ କୁମ୍ଭୀର ସହ କିଛି ସମୟ ଧସ୍ତାଧସ୍ତି ହେବା ପରେ ନଦୀ କୂଳରେ ଲାଗିଥିବା ତାରଜାଲି ତାଙ୍କ ହାତରେ ପଡିବାରୁ ତାହାକୁ ଧରି ନିଜସାଧ୍ୟ ମତେ କୁମ୍ଭୀରକୁ ଜୋରକରି ଧକ୍କାମାରି ବାରୁ ସେ କୁମ୍ଭୀର ପାଟିରୁ ବଞ୍ଚି କୂଳକୁ ଚାଲି ଆସିଥିଲେ।ପ୍ରକାଶଯୋଗ୍ୟ ଯେ ନଦୀକୂଳରେ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ତାରଜାଲିର ଗୋଟେ ପଟ ଖୋଲିଯିବା ଫଳରେ କୁମ୍ଭୀରଟି ସେଇ ଜାଲି ମଧ୍ୟକୁ ପଶିଆସି ଲୁଚି ରହିଥିଲା।ନିତ୍ୟାନନ୍ଦ ମୁହଁ
ହାତ ଧୋଇବା ବେଳେ ଆକ୍ରମଣ କରିଥିଲା।କୁମ୍ଭୀର ଆକ୍ରମଣରେ ତାଙ୍କ ବେକ ଆଉ ମୁହଁରେ ଗଭୀର କ୍ଷତ ହୋଇଥିବାରୁ ପ୍ରଥମେ ଗ୍ରାମବାସୀ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଗୁରୁତ୍ୱର ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ ହୋଇଥିବା ନେଇ ପରିବାର ସୁତ୍ରରୁ ପ୍ରକାଶ।ନିତ୍ୟାନନ୍ଦ ଜଣେ ଗରୀବ ପରିବାରର ହୋଇଥିବାରୁ ଚିକିତ୍ସା ନିମନ୍ତେ ଅର୍ଥର ଆବଶ୍ୟକତା ଥିବାରୁ ସରକାରୀ ସହାୟତା ପାଇଁ ଦାବି ହେଉଛି।
Leave A Reply