Odisha news

୪୦ ବର୍ଷ ଫଟୋଗ୍ରାଫି କଲାପରେ ସୂର୍ଯ୍ୟମନ୍ଦିର ରୁ ବିତାଡ଼ିତ ହେଲେ ୧୫୦ରୁ ଉର୍ଦ୍ଧ ଫଟୋଗ୍ରାଫର : ପେଟପାଟଣା ପାଇଁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଦେଲେ ଧାରଣା

ସୂର୍ଯ୍ୟମନ୍ଦିର ପ୍ରବେଶ ପାଇଁ ଦାବି

0

କୋଣାର୍କ:୨/୭ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ର ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର କୁ  ହଜାର ହଜାର ସଂଖ୍ୟାରେ ଦେଶ ବିଦେଶ ର ପର୍ଯ୍ୟଟକ ପ୍ରତେକ ଦିନ ପରିଦର୍ଶନ ରେ ଆସିଥାନ୍ତି । ପର୍ଯ୍ୟଟକ ମାନଙ୍କୁ ସୂର୍ଯ୍ୟମନ୍ଦିର ମଧ୍ୟରେ ସ୍ଥାନୀୟ କେତେକ ଲୋକ ସେମାନଙ୍କୁ ବୁଲାଇ ସୂର୍ଯ୍ୟମନ୍ଦିର ର ସୂକ୍ଷ୍ମକାରୁକାର୍ଯ୍ୟ ଦେଖାଇବାସହିତ ସୁର୍ଯ୍ୟମନ୍ଦିର ନିର୍ମାଣ କୁ ନେଇ ଏହାର ଐତିହାସିକ ତଥ୍ୟ ବୁଝାଇବା ସହିତ ସମସ୍ତ କାରୁକାର୍ଯ୍ୟ ବୁଲାଇ ଦେଖାଇ ନିଜର ପେଟପୋଷଣ କରିଥାନ୍ତି ।ଅନରୁପ ଭାବେ ଆଉ କେତେକ ବ୍ୟକ୍ତି  ପର୍ଯ୍ୟଟକ ମାନଙ୍କ ଫଟୋ ଉଠାଇ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ।

ଦୀର୍ଘ ବର୍ଷ ଧରି ଏହି ଗାଇଡି ଓ ଫଟୋଗ୍ରାଫେର ସୂର୍ଯ୍ୟମନ୍ଦିର ରେ ପର୍ଯ୍ୟଟକଙ୍କ ସମେତ ଅନେକ ଭିଆପି ଓ ଭିଭିଆଇପି ମାନଙ୍କୁ ସେବାଯୋଗାଇ ପ୍ରଶଂସିତ ହେବାପରେ ଏହାକୁ ନିଜର ବୃତି କରି ପରିବାର ପୋଷଣ କରିବାକୁ ନେଇ ସେମାନେ ଏକ ସଂଗଠନ ୧୯୮୪ ମସିହାରେ ଗଠନ କରି ଦୀର୍ଘ ବର୍ଷ ଧରିର୍କାର୍ଯ୍ୟକରି ଆସୁଥିଲେ ।ସମୟକ୍ରମେ ପର୍ଯ୍ୟଟକ ଙ୍କୁ  କୋଣାର୍କ ସୂର୍ଯ୍ୟମନ୍ଦିର ରେ ପର୍ଯ୍ୟଟକଙ୍କୁ ବୁଲାଇବାରେ ସହାୟତା କରିବା କୁ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସଙ୍ଗଠନ  ରୁ ବଛା ବଛା ୧୫୪ ଜଣ ସଭ୍ୟଙ୍କୁ ଗାଇଡି ଓ ଫୋଟୋଗ୍ରାଫର ଙ୍କୁ ପର୍ଯ୍ୟଟନର ବିଭାଗ ପକ୍ଷରୁଏ ଏସ ଆଇ ର ସହମତି ରେ ସୁର୍ଯ୍ୟମନ୍ଦିର ରେ ପର୍ଯ୍ୟଟକଙ୍କୁ ଗାଇଡି ଓ ଫଟୋ ଉଠାଇବାକୁ ନେଇ  ଅନୁମତି  ସହିତ  ପରିଚୟ କାର୍ଡପ୍ରଦାନ କରାଯାଇଥିଲା ।ପରବର୍ତ୍ତୀ ସମୟରେ ଏ ଏସ ଆଇ ପକ୍ଷରୁ ୨୦୦୭ ମସିହାରେ  ସୂର୍ଯ୍ୟମନ୍ଦିର ରେ ଫଟୋଗ୍ରାଫର କରିବନିମନ୍ତେ ଲାଇସେନ୍ସ ପ୍ରଦାନ ପାଇଁ ଦରଖାସ୍ତ ମଗାଯାଇଥିଲା ।

ମାତ୍ର ଦୀର୍ଘ ୮ ବର୍ଷ ଅପେକ୍ଷା ପରେ କୌଣସି ଲାଇସେନ୍ସ ପ୍ରଦାନ ନହେବାକୁ ନେଇ ଫଟୋଗ୍ରାଫର ସଂଗଠନ ପକ୍ଷରୁ ଉଚନ୍ୟାଳୟ ରେ ମାମଲା ରୁଜୁକରାଯାଇ ଲାଇସେନ୍ସ ପ୍ରଦାନ ନିମନ୍ତେ ଏ ଏସ ଆଇ କୁ ନିର୍ଦେଶ ଦେବାକୁ ପାର୍ଥନା କରାଯାଇମାମଲା ଚାଲୁରହିଛି  । ନ୍ୟାୟାଳୟ ରେ ବିଚାରଧୀନ ଥିଲାବେଳେ ଏ ଏସ ଆଇ କର୍ତ୍ତୃପକ୍ଷ ବେଆଇନି ୨୦୧୭ ରେ ମାଟ୍ରିକ ପାସ କରିଥିବା ବ୍ୟକ୍ତି ଙ୍କ ଠାରୁ ନୋଟିଫିକେସନ କରି ଦରଖାସ୍ତ ଗ୍ରହଣ କରିବା ଫଳରେ ୪୯ ଜଣ ଫଟୋଗ୍ରାଫର ଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ଓ ଫଟୋଗ୍ରାଫି ପାଇଁ ଲାଇସେନ୍ସ ପ୍ରଦାନ କରିଥିଲେ ।

ମାତ୍ର ଦୀର୍ଘ ୪୦ ବର୍ଷ ଧରି ନିଜର ବୃତ୍ତି ଭାବେ ସୂର୍ଯ୍ୟମନ୍ଦିର ରେ ଫଟୋଗ୍ରାଫି କରି ଚଳୁଥିବା ଏହି ୧୫୪ ଜଣ ଫଟୋଗ୍ରାଫର  ଏ ଏସ ଆଇ ର ଶିକ୍ଷା ଯୋଗ୍ୟତା  ମାନଦଣ୍ଡକୁ କୁ ନେଇ  ଲାଇସେନ୍ସ ପାଇବାରୁ ବଂଚିତ ହେବା ସହିତ ଏ ଏସ ଆଇ ପକ୍ଷରୁ ୧୫୪ ଜଣଙ୍କୁ  ସୂର୍ଯ୍ୟମନ୍ଦିର ରେ ପ୍ରବେଶ ଓ ଫଟୋଗ୍ରାଫି କୁ ନେଇ  ନିଷିଦ୍ଧ କରିବା ଫଳରେ  ଏବେ ଏମାନେ ନିଜର ବୃତିହାରାଇ ଭୋକ ଉପାସରେ କାଳତିପାତ କରୁଥିବା ଦେଖିବାକୁ ମିଳିଛି ।ଏନେଇ ଫଟୋଗ୍ରାଫର ସଂଗଠନ ପକ୍ଷରୁ ଏ ଏସ ଆଇ ର ସ୍ଥାନୀୟ ଅଧିକାରୀ ଙ୍କ ସହିତ ଜିଲ୍ଲାପାଳଙ୍କୁ  ନିଜର ବୃତି ସହିତ ସୂର୍ଯ୍ୟମନ୍ଦିରଶ ପ୍ରବେଶ ଅନୁମତି  ପାଇଁ ଲିଖିତ ଦାବି ଜଣାଇବା ସହିତ ଆଜି ସୂର୍ଯ୍ୟମନ୍ଦିର ସମ୍ମୁଖରେ ଧାରଣାରେ ଶତାଧିକ ଫଟୋଗ୍ରାଫର  ନିଜର ଦାବି ନେଇ ଧାରଣାରେ ବସିରହଥିବା ଦେଖାଯାଇଥିଲା ।ଦାବି ପୂରଣ ନହେବା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ସମ୍ମୁଖରେ ନିଜର ଜୀବିକା ପାଇଁ ଧାରଣା ଦେବେ ବୋଲି ସଂଘ ଚେତାବନୀ ଦେଇଛି I

Leave A Reply