Odisha news

୭ଟି ସମବାୟ ସମିତିର ସଭାପତି ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ

0

ବୁଗୁଡ଼ା : ତା ୦୨/୦୭/୨୨ :  ଆସିକା କେନ୍ଦ୍ରିୟ ସମବାୟ ବ୍ୟାଙ୍କ ବୁଗୁଡ଼ା ଶାଖା ଅଧିନସ୍ଥ ୭ଟି ସେବା ସମବାୟ ସମିତିର ସଭାପତି ଅପ୍ରତିଦ୍ବନ୍ଦୀ ହୋଇଥିବା ଜଣାଯାଇଛି । ପୂର୍ବରୁ ୩ଟି ସେବା ସମବାୟ ସମିତିର ସଭାପତି ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି ପୁଣି ୭ଟିରେ ଅପ୍ରତିଦ୍ବନ୍ଦୀ ଥିବା ଜଣାପଡିଛି । ପ୍ରକାଶ ଯେ , ଗୋଲିଆ ସେବା ସମବାୟ ସମିତିର ସଭାପତି ଭାବେ ବସନ୍ତ କୁମାର ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ବାଲିପଦରରେ କେ.ଅଶୋକ କୁମାର ପାତ୍ର , ଏ.କରଡ଼ାବାଡିରେ ଭାଗ୍ଯବତୀ ଗୌଡ଼ , ଭାମଶିଆଳିରେ କୈଳାସ ଚନ୍ଦ୍ର ରଥ , ବୁଗୁଡ଼ାରେ ବସନ୍ତ କୁମାର ଦଳେଇ , ବି.କରଡ଼ାବାଡ଼ିରେ ଗଙ୍ଗାଧର ନାୟକ ଓ ଖୋଳଖାଳି ସେବା ସମବାୟ ସମିତିରେ ସଭାପତି ଭାବେ ସମ୍ମତ କୁମାର ସାମଲ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଯେ , ଆଜି ଏହି ୭ଟି ସେବା ସମବାୟ ସମିତିରେ ସଭାପତି ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

Leave A Reply