Odisha news

ପୋଲିସ ୨୮ ଦିନ ଧରି ବସିଥିଲା ଚୁପ ହୋଇ, କହ୍ନେୟା ଲାଲ ହତ୍ୟା ପରେ କଲା ଏପରି କାର୍ଯ୍ୟାନୁଷ୍ଠାନ

0

ନୂଆଦିଲ୍ଲୀ : ଉଦୟପୁର ରେ ନୁପୁର ଶର୍ମାଙ୍କ ସମର୍ଥନ ରେ ପୋଷ୍ଟ କରି ଥିବା କାରଣରୁ କହ୍ନେୟା ଲାଲ ଙ୍କୁ ହତ୍ୟା କରାଯିବ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ କଠୋର ହୋଇ ଯାଇଛି l ପୋଲିସ ର ଉପସ୍ଥିତି ରେ ଯେଉଁ ମୌଲାନା ମୁଫତି ନଦିମ ଖରାପ ଟିପ୍ପଣୀ ଦେଉଥିଲେ ତାଙ୍କୁ ୨୮ ଦିନ ପରେ ଗିରଫ କରାଯାଇଛି l ଆରୋପି ମୌଲବୀ ନୁପୁର ଶର୍ମାଙ୍କ ଦ୍ୱାରା ପେଂଗବର ମହମଦ ଙ୍କୁ ନେଇ ହୋଇଥିବା ଟିପ୍ପଣୀ ପରେ ବୁନ୍ଦି ଆୟୋଜିତ ବିରୋଧ ପ୍ରଦର୍ଶନ ସମୟରେ ଉତେଜିତ ଭାଷଣ ଦେଇଥିଲେ l

ବୁନ୍ଦି ଜିଲ୍ଲା କଲେକ୍ଟଟାରିଏଟ ବାହାରେ ଉତେଜିତ ଭାଷଣ ଦେଇ ସାମାଜିକ ସୌହାର୍ଦ୍ୟ କୁ ନଷ୍ଟ କରିବାକୁ ଚେଷ୍ଟା କରିଥିବା ମୌଲାନା ନଦିମ ଙ୍କ ବିରୁଦ୍ଧରେ ହିନ୍ଦୁ ସଂଗଠନ ମାନଙ୍କ ପକ୍ଷରୁ ବିରୋଧ କରାଯାଇ  ବୁନ୍ଦିର ଜିଲ୍ଲା ଥାନା ରେ ଅଭିଯୋଗ ହୋଇଥିଲା l ଯାହାକୁ ନେଇ ପୋଲିସ ପକ୍ଷରୁ ସାମ୍ପ୍ରଦାୟିକ ସ୍ଥିତି ବିଗାଡିବା, ଉତେଜିତ ଭାଷଣ ଦେବା ସହିତ ଅନେକ ମାମଲା ରେ ଅଭିଯୋଗ ଦରଜ ହୋଇଥିଲା l କିନ୍ତୁ ସେତେବେଳେ ପୋଲିସ ଆରୋପି ମୌଲାନା କୁ ଗିରଫ କରି ନଥିଲା l ଯାହାକୁ ହିନ୍ଦୁ ସଂଗଠନ ନେଇ କ୍ଷୋଭ ପ୍ରକାଶ କରିଥିଲେ l

ପରେ ରାଜସ୍ଥାନ ର ଉଦୟପୁର ରେ କହ୍ନେୟା ଲାଲ ଙ୍କ ନିଷ୍ଠୁର ଭାବରେ ହତ୍ୟା କରାଯିବ ପରେ ରାଜସ୍ଥାନ ର ଅନେକ ହିନ୍ଦୁ ସଂଗଠନ ପକ୍ଷରୁ ଆକ୍ରୋଶ ମୂଳକ ଭାବରେ ପ୍ରଦର୍ଶନ ଜାରି ରହିଥିଲା l ଏହାପରେ ହିନ୍ଦୁ ସଂଗଠନ ପକ୍ଷରୁ ମୌଲାନା ଙ୍କୁ ଗିରଫ ପାଇଁ ଦାବି ହୋଇଥିଲା l

Leave A Reply