Odisha news

ଗୋଟିଏ ମୂର୍ତି କିନ୍ତୁ ୨ଟି ମନ୍ଦିର : ଖୁବ ଅଦ୍ଭୁତ ମହାଭାରତ ସମୟର ଏହି ମନ୍ଦିର , ଜାଣନ୍ତୁ ଏହା ପଛର ପୌରାଣିକ କାରଣ

0

ଶ୍ରୀ ମାତା ଭୀମେଶ୍ୱରୀ ଦେବୀଙ୍କ ମନ୍ଦିର ଗୋଟିଏ ସ୍ୱତନ୍ତ୍ର ମନ୍ଦିର, ମିଳିଥିବା ସୂଚନା ଅନୁସାରେ ଏହି ମନ୍ଦିର ର ସମ୍ବନ୍ଧ ମହାଭାରତ କାଳ ରୁ ରହି ଆସିଛି l ହରିୟାଣା ର ଝଜ୍ଜର ଜିଲ୍ଲାର ବେରି ରେ ଥିବା ଏହି ମନ୍ଦିର ର ସ୍ୱତନ୍ତ୍ରତା ହେଉଛି ଯେ ଏଠାରେ ମୂର୍ତି ଗୋଟିଏ କିନ୍ତୁ ମନ୍ଦିର ୨ଟି l କୁହାଯାଏ ଯେ ଏହି ମନ୍ଦିରରେ ରଖା ଯାଇଥିବା ମୂର୍ତି କୁ ପାଣ୍ଡୁ ପୁତ୍ର ଭୀମ ନେଇ ଆସିଥିଲେ l

ପାକିସ୍ତାନ ରୁ ଅଣା ଯାଇଥିଲା ଏହି ମୂର୍ତି –
ମାନ୍ୟତା ରହିଛି ଯେ ଯେବେ ମହାଭାରତ ଯୁଦ୍ଧ ଆରମ୍ଭ ହେବାର ଥିଲା ସେତେବେଳେ ଭଗବାନ କୃଷ୍ଣ ଭୀମ ଙ୍କ କୁଳଦେବୀ ଙ୍କ ଆଶୀର୍ବାଦ ଆଣିବାକୁ ପଠାଇ ଥିଲେ l କୁଳଦେବୀ  ହିଙ୍ଗଳାଜ ପର୍ବତ ଉପରେ ବିରାଜମାନ କରିଥିଲେ l ଭୀମ ସେଠାରେ ପହଂଚି କୁଳ ଦେବୀ ଙ୍କୁ ସାଙ୍ଗରେ ଆଣିବା ପାଇଁ ଇଛା କରିଥିଲେ l ସେତେବେଳେ କୁଳାଦେବୀ କହିଥିଲେ ତମେ କୋଳରେ ଉଠାଇ ଚାଲିବ ଓ ଯେଉଁଠି ଓଲ୍ହାଇବ ସେଠାରୁ ଆଗକୁ ମୁଁ ଆଉ ଯିବି ନାହିଁ l ଭୀମ ସେନ ଏହି କଥାକୁ ସ୍ୱୀକାର କରିଥିଲେ ଓ ହିଙ୍ଗଳାଜ ପର୍ବତ ରୁ ମା ହିଙ୍ଗୁଳା ଙ୍କୁ ନେଇ ବାହାରିଲେ l

ଚାଲି ଚାଲି ଭୀମସେନ ହରିୟାଣା ର ବେରୀ ନିକଟରେ ଯାଉଥିବା ସମୟରେ ମୂତ୍ର ବିସର୍ଜନ କରିବା ପାଇଁ କୁଳାଦେବୀ ଙ୍କୁ ଓଲ୍ହାଇ ଥିଲେ l କିନ୍ତୁ ଯେତେବେଳେ ପୁନର୍ବାର କୁଳାଦେବୀ ଙ୍କୁ ଉଠାଇବାକୁ ଚାହିଁଥିଲେ ତାଙ୍କୁ ପୂର୍ବର ଶର୍ତ ମନେ ପଡିଗଲା l ଏହାପରେ ଭୀମସେନ ବେରୀ ରେ ମନ୍ଦିର ନିର୍ମାଣ କରି ମାଙ୍କୁ ସ୍ଥାପନା କଲେ ଓ କୁରୁକ୍ଷେତ୍ର ଅଭିମୁଖେ ଚାଲିଲେ l  ଏହି ମନ୍ଦିରର ନାମ ମାତା ଭୀମେଶ୍ୱରୀ ନାମରେ ନାମିତ ହେଲା l

୨ଟି ମନ୍ଦିର ନିର୍ମାଣ ହେବାର କାରଣ –
ଭୀମେଶ୍ୱରୀ ଙ୍କ ମୂର୍ତି ଗୋଟିଏ ହୋଇଥିଲେ ମଧ୍ୟ କିନ୍ତୁ ମନ୍ଦିର ୨ଟି l ରହିଛି l ମା ଭୀମେଶ୍ୱରୀ ରାତ୍ରି ସମୟରେ ଭିତର ମନ୍ଦିର ରେ ବିଶ୍ରାମ କରନ୍ତି ଓ ଦିନ ସମୟରେ ବାହାର ମନ୍ଦିର ରେ ଭକ୍ତଙ୍କୁ ଦର୍ଶନ ଦେଇ ନାହାନ୍ତି l ମାନ୍ୟତା ଅନୁସାରେ ଭିତର ମନ୍ଦିର ଟି ହେଉଛି ରୁଷି ଦୁର୍ବାସା ଙ୍କ ଆଶ୍ରମ ଅଟେ, ରୁଷି ମାଙ୍କ ନିକଟରେ ଆଗ୍ରହ କରିଥିଲେ ଯେ ତାଙ୍କ ଆଶ୍ରମ ରେ ଆସି ବିଶ୍ରାମ କରନ୍ତୁ, ସେଥିପାଇଁ ମା ପ୍ରତିଦିନ ରାତିରେ ସେଠାକୁ ଯାଇ ଥାଆନ୍ତି l

Leave A Reply