Odisha news

ବାସ୍ତୁ ଟିପ୍ସ : ଘରର ସୁଖ ସମୃଦ୍ଧି ପାଇଁ ଆପଣାନ୍ତୁ ଫେଙ୍ଗସୁଇ ର ଏହି ୫ଟି ଉପାୟ, ଖୋଲିଯିବ ଭାଗ୍ୟ

0
ମଣିଷ ସର୍ବଦା ଛୋଟ ଛୋଟ ଅସୁବିଧା ମଧ୍ୟରେ ଫସି ଯିବା ପରେ ବ୍ୟସ୍ତ ବିବ୍ରତ ହୋଇଯାଇ ଥାଏ l ସେହି ସମୟରେ ସେ ଚିନ୍ତା କରିଥାଏ କିପରି ସେହି ଅସୁବିଧା ରୁ ବାହାରିବ l ତେଣୁ ଫେଙ୍ଗସୁଇ ବାସ୍ତୁ ଶାସ୍ତ୍ରରେ ସେହିସବୁ ଅସୁବିଧାରୁ ନିଜକୁ ରକ୍ଷା କରିବା ପାଇଁ କିଛିଟା ଉପାୟ ଗ୍ରହଣ କରିବା ଆବଶ୍ୟକ l ଯାହା ମଣିଷ କୁ ମାନସିକ ଶାନ୍ତି ପ୍ରଦାନ କରିଥାଏ ଓ ସେ ନିଜ ଉଦେଶ୍ୟ ରେ ସଫଳତା ପ୍ରାପ୍ତ କରିଥାଏ l
ନିଜ ଉଦ୍ଧେସ୍ୟ ରେ ସଫଳ ହୋଇ ପାରିବେ l
୧) ନିଜ ଘର ର ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଘରର ପୂର୍ବ ଦିଗରେ ମାଟିରେ ତିଆରି ଗୋଟିଏ ଛୋଟ ବାସନ ରେ ଭରି କରି ରଖିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ l ଲୁଣ ଘରର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ l ପ୍ରତିଦିନ ଏହାକୁ ପରିବର୍ତନ କରିବା ଆବଶ୍ୟକ l
୨) ଗାଧୁଆ ଘରେ ରଖିଥିବା ବାଲ୍ଟି କୁ କଦାପି ଖାଲି ରଖିବା ଉଚିତ ନୁହେଁ l ଏହାକୁ ସର୍ବଦା ପାଣି ଭରି କରି ରଖିବା ଜରୁରୀ l ଏହା ମାନସିକ ଚିନ୍ତା ଦୂର କରିଥାଏ ଓ ଘରର ପାଣି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l
୩) ଗାଧୁଆ ଘରେ ଗୋଟିଏ କୋଣରେ ଗୋଟିଏ ପାତ୍ରରେ କିଛି ଲୁଣ ଭରି କରି ରଖନ୍ତୁ l ପ୍ରତି ମାସରେ ଏହାକୁ ପରିବର୍ତନ କରିବା ଆବଶ୍ୟକ l ମାନ୍ୟତା ଅନୁସାରେ ଘରର ନକରତ୍ମକ ଶକ୍ତି କୁ ଅବଶୋସିତ କରିବାରେ ସାହାଯ୍ୟ କରିଥାଏ l ଘରେ ସକାରାତ୍ମକ ଶକ୍ତି କୁ ସଂଚାର କରି ବୃଦ୍ଧି କରିଥାଏ l ମନୁଷ୍ୟ ଜୀବନ ସୁଖମୟ ହୋଇଥାଏ l
୪) ଯେତେ ପରିଶ୍ରମ କରିବା ଦ୍ୱାରା ମଧ୍ୟ ଆପଣଙ୍କ ରୋଜଗାରରେ ବାଧା ସୃଷ୍ଟି ହୋଇଥାଏ l ଆୟ ର ସମସ୍ତ ସ୍ରୋତ ବନ୍ଦ ହୋଇଥାଏ l ତେଣୁ ଆପଣ ଫେଙ୍ଗସୁଇ ବେଙ୍ଗ ନିଜ ପାଟିରେ ପଇସା ଧରିଥିବା ବେଙ୍ଗ ଆଣି ନିଜ ଘରେ ରଖନ୍ତୁ l ଏହାଦ୍ୱାରା ଆପଣଙ୍କ ଘରେ ଧନ ର ବୃଦ୍ଧି ହୋଇଥାଏ l
୫) ଘରର ମୁଖ୍ୟଦ୍ଵାରରେ କଦାପି କଣ୍ଟା ଯୁକ୍ତ ଗଛ ରଖନ୍ତୁ ନାହିଁ l ଏହାଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ l ନକାରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ ଓ ବ୍ୟବସାୟ ସହିତ ଚାକିରୀ ରେ ବାଧା ଉପୁଜିଥାଏ l
Leave A Reply