Odisha news

ହାଣ୍ଡିଧୂଆ ଓ ଶର୍ମାଛକ ବ୍ୟବସାୟୀ ସଂଘ ତରଫରୁ ରେଲ୍‌ୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଦାବୀପତ୍ର ପ୍ରଦାନ

0

ତାଳଚେର ତା ୨୯/୦୬ ଆଜି ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀଙ୍କର ତାଳଚେର ଗସ୍ତ ଅବସରରେ ହାଣ୍ଡିଧୂଆ ଛକ ଏବଂ ଶର୍ମାଛକ ବ୍ୟବସାୟୀ ସଂଘ ତରଫରୁ ଡେରା ଗେଷ୍ଟ ହାଉସ୍  ଠାରେ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରାଯାଇଛି । ତାଳଚେର-ଅନୁଗୋଳ ଲୁପ୍ ଲାଇନ୍ କୁ ତୁରନ୍ତ କାର୍ଯ୍ୟକାରୀ କରିବା, ବିଶାଖାପାଟ୍‌ନମ୍‌-ଅମୃତସର  ସୁପର ଫାଷ୍ଟ ଏକ୍ସପ୍ରେସ୍ କୁ ସପ୍ତାହରେ ୩ ଦିନ ବଦଳରେ ଦୈନନ୍ଦିନ କରିବା, ପୁରୀ-ସମ୍ବଲପୁର ଓ ଭୁବନେଶ୍ୱର-ବଲାଙ୍ଗିର ଇଂଟରସିଟି ଏକ୍ସପ୍ରେସ୍‌କୁ ତାଳଚେର ରୋଡ୍ ବଦଳରେ ତୁରନ୍ତ ତାଳଚେର ଷ୍ଟେସନ୍ ଦେଇ ଚଳାଚଳ କରିବା, ତାଳଚେର ଷ୍ଟେସନ୍‌କୁ ଆସୁଥିବା ସମସ୍ତ ଯାତ୍ରୀବାହୀ ଟେନ୍ ଗୁଡିକ ଅହେତୁକ ଭାବେ ବିଳମ୍ବରେ ପହଂଚୁ ଥିବାରୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ବ୍ୟବସାୟୀ ସଂଘର ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ, ସଂପାଦକ ଦୁର୍ଗାଚରଣ ସାହୁ ଓ କୋଷାଧ୍ୟକ୍ଷ ଅଶୋକଲାଲ୍ ଅଗ୍ରୱାଲା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ତାଳଚେର ଅଂଚଳର କୋଇଲା ଖଣି ଗୁଡ଼ିକରୁ ଦୈନନ୍ଦିନ ତାଳଚେର ଷ୍ଟେସନ୍ ଦେଇ ବିଭିନ୍ନ ରାଜ୍ୟ ଓ ରାଜ୍ୟ ବାହାରକୁ କୋଇଲା ପରିବହ କରି ଏଥିରୁ ରେଳବିଭାଗ କୋଟି କୋଟି ଟଙ୍କା ରାଜସ୍ୱ ଆକାରରେ ନେଉଥିବା ବେଳେ ତାଳଚେର ଅଂଚଳବାସୀ ପ୍ରତି କେଉଁଠି ଅଣ ଦେଖା କରୁଥିବା ବେଳେ ଆଉ କେଉଁଠି ବର୍ଷବର୍ଷ ଧରି ପ୍ରତିଶ୍ରୁତି ଦେଇ ପରବର୍ତୀ ପର୍ଯ୍ୟାୟରେ ପ୍ରତାରଣା କରି ଆସୁଥିବା ଘଟଣା ତାଳଚେର ଅଂଚଳରେ ଏଥିନେଇ ଦିନକୁ ଦିନ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଆନ୍ଦୋଳନର ଦାନ ବାନ୍ଧୁଛି

Leave A Reply