ବାରିପଦା : ଭଞ୍ଜସେନା ବାରିପଦା ସହର ଶାଖା ପକ୍ଷରୁ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାରିପଦା ପୌରପରିଷଦ ନଗରପାଳ ଏବଂ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳଙ୍କୁ ଭେଟି ବାରିପଦାର ରଥଯାତ୍ରା ମେଳାକୁ ପୂର୍ବଭଳି ଅଧିକ ସରସସନ୍ଦୁର ଭାବେ ଗଢିତୋଳିବା ପାଇଁ ପୃଥକ ପୃଥକ ଭାବେ ଦୁଇଟି ଦାବିପତ୍ର ପ୍ରଦାନ କରିଥିଲେ । ଉଭୟ ନଗରପାଳ ଓ ନିର୍ବାହୀ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବେ ବୋଲି ସଂଗଠନକୁ ପ୍ରତିଶୃତି ଦେଇଥିଲେ । ସଂଗଠନ ପକ୍ଷରୁ ମେଳାରେ ମାସୁଲ ଆଦାୟକାରୀ ମାନେ ନିୟମ ବିରୋଧରେ ଯାଇ ବାରିପଦା ରଥଯାତ୍ରାର ମେଳାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି ତେବେ ରାଜରାସ୍ତାରେ ସେମାନେ ଜନସାଧାରଣଙ୍କ ଠାରୁ ଉଚିତ୍ ଶିକ୍ଷା ପାଇବେ ବୋଲି ଭଞ୍ଜସେନା ପକ୍ଷରୁ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ପ୍ରତିନିଧି ମଣ୍ଡଳରେ ସଂଗଠନର ଶୃଙ୍ଖଳାଗତ କମିଟି ଅଧ୍ୟକ୍ଷ ସତ୍ୟସ୍ୱରୂପ ଦାସ, ଉପାଧ୍ୟକ୍ଷ ନିମାଇଁ ତି୍ରପାଠୀ, ଓବିସି ଶାଖା ସଭାପତି ରାକେଶ ବେହେରା, ଏସକେ ରାଜାଖାନ୍, ଦେବାଶିଷ ଦାସ, ଦିବ୍ୟଜ୍ୟୋତି ସାହୁ, ସଞ୍ଜୟ ମାହାନା ଓ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ବାରିପଦା ସହର ସଭାପତି ପ୍ରୀତମ ପଣ୍ଡା ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।