ଦଶପଲ୍ଲା ୨୮/୬ : ଦଶପଲ୍ଲା ଗୋବିନ୍ଦ ଭବନ ପରିସର ରେ ନାଟ୍ୟକାର ରାମଚନ୍ଦ୍ର ସ୍ମୃତି ସଂସଦ ତରଫରୁ ନାଟ୍ୟକାର ସ୍ୱର୍ଗତ ରାମଚଂଦ୍ର ମିଶ୍ରଙ୍କ ୩୦ତମ ଶ୍ରାଦ୍ଧ ଦିବସକ ମହା ସମାରୋହରେ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ନାଟ୍ୟକାର ସ୍ଵର୍ଗତ ରାମଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ନାଟ୍ୟକାର ରାମଚନ୍ଦ୍ର ସ୍ମୃତି ସଂସଦର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ର ସଭାପତିତ୍ବ କରିଥିଲେ। ଉକ୍ତ ଉତ୍ସବରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି,ଅଧ୍ୟାପିକା ଡ. ପୁଷ୍ପଲତା ରଥ ମୁଖ୍ୟ ବକ୍ତା,ସମ୍ମାନିତ ଅତିଥି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଲଗ୍ନ ଜିତ୍ ରାଉତ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ ଏବଂ ସମ୍ମାନିତ ବକ୍ତା ଭାବରେ ସବ ଡିଭିଜନ ପୋଲିସ ଅଫିସର ପ୍ରମୁଖ ଯୋଗଦେଇଥିବା ବେଳେ ଆଇନଜୀବୀ ଶରତ ଚନ୍ଦ୍ର ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ସନ୍ତୋଷ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭାର ପ୍ରାରମ୍ଭରେ ସଙ୍ଗୀତଜ୍ଞ ଶରତ କୁମାର ସାହୁ ଏବଂ ତାଙ୍କ ଟିମ୍ ଅବହାନି ସଙ୍ଗୀତ ଗାନ କରିଥିଲେ। ଅତିଥି ମାନେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ କାଳଜୟୀ ଲେଖା ଗୁଡ଼ିକର ସମୀକ୍ଷା କରିବା ସହିତ ଓଡ଼ିଶା ବାଣୀ ଭଣ୍ଡାରକୁ ତାଙ୍କ ଅବଦାନ ପାଇଁ ସେ ଚୀର ଅମର ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।