Odisha news

ଜମନକିରା ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ

0
ଜମନକିରା,୨୮/୬: ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମନ୍ବିତ ଶିଶୁବିକାଶ ପ୍ରକଳ୍ପ ଅଧିକରିଣୀ ଜୟଶ୍ରୀ ପଟ୍ଟନାୟକ ବୈଠକକୁ ପରିଚାଳନା କରିଥିଲେ। ଏହି ବୈଠକଟି “ଶିଶୁ ପାଇଁ ଦିନଟିଏ”କାର୍ଯ୍ୟକ୍ରମ ଅନ୍ତର୍ଭୂକ୍ତ ଏବଂ ପ୍ରତି ତିନି ମାସରେ ଥରେ ଓ ତୃତୀୟ ଶନିବାର ଦିନ କରିବାକୁ ଧାର୍ଯ୍ୟ କରାଯାଇଅଛି। ଉକ୍ତ ସଭାରେ ଜିଲ୍ଲା ପରିଷଦ ସଦସ୍ୟା ଜମନକିରା ଯୋନ ୧ର ସୁଜାତା ଖୁଣ୍ଟିଆ ଅତିଥି ଭାବାରେ ଯୋଗ ଦେଇଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ପଟ୍ଟନାୟକ ବୈଠକର ତାତ୍ପର୍ଯ୍ୟ ଓ ବିବରଣୀ ଉପସ୍ଥିତ ସଦସ୍ୟ ଏବଂ ସଦସ୍ୟା ମାନଙ୍କୁ ଅବଗତ କରେଥିଲେ। ଚାଇଲଡ଼ ଲାଇନ ଟିମ ଲିଡ଼ର ତୃପ୍ତିମୟୀ ଦାଶ ବାଲ୍ୟ ବିବାହ, ଶିଶୁ ନିର୍ଯ୍ୟାତନା, ଶିଶୁ ଚାଲାଣ, ଯୋୖନ ନିର୍ଯାତନା, ଶିଶୁଶ୍ରମିକ ଓ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ଅଧୀନରେ ଥିବା ଶିଶୁ ଅଧିକାର ସୁରକ୍ଷା ଭିତ୍ତିକ ସରକାରୀ ଯୋଜନା, ପୋଷ୍ୟ ସନ୍ତାନ ନୀତି ଏବଂ ନିୟମ ସମ୍ପର୍କରେ ଅବଗତ କରେଇବା ସହ ଶିଶୁ ବିକାଶ ଯୋଜନାରେ ଥିବା ଯତ୍ନ, ସୁରକ୍ଷା, ଆର୍ଥିକ ସହାୟତା ସମ୍ବନ୍ଧରେ ମଧ୍ୟ ଅବଗତ କରେଇଥିଲେ। ଏହା ସହିତ ବାଲ୍ୟ ବିବାହର ନିରାକରଣ ଏବଂ ସଚେତନ, ଶିଶୁ ଅଧିକାର, ଓଡିଶା ସରକାରଙ୍କ ଆଶୀର୍ବାଦ ଯୋଜନା,ପିଏମ କେୟାର, ଫୋଷ୍ଟର କେୟାର,ସ୍ପନସରସିପ କେୟାର ଏବଂ ନୂତନ ଭାବେ ଚାଲୁ ହେବାକୁ ଯାଉଥିବା ସରକାରଙ୍କ ଆୟୁସ୍ମାନ ଭାରତ ଯୋଜନା ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ  ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ବିଏସଏସଓ ଅଭୟ କୁମାର ଦେହୁରୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଜମନକିରା ମେଡିକାଲ ଅଫିସର ଡ଼ା. ଦିବ୍ୟରଞ୍ଜନ ବେହେରା , ଭୋଜପୁର ସରପଞ୍ଚ କର୍ପୂର ପାତ୍ର, ସମିତି ସଭ୍ୟ ଜମନକିରା ମିତା ମାଝୀ, ମହଦା ସୁଶୀଲ ମାକର, ବଡ଼ରମା ଅଶୋକ କୁମାର ବାଘ ଏବଂ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର କ୍ଷେତ୍ର ପରିଚାଳିକା ମାନେ ଉପସ୍ଥିତ ଥିଲେ।
Leave A Reply