Odisha news

ନେତୃତ୍ୱ ଏବଂ ଡ଼ିଜିଟାଲ୍ ଦକ୍ଷତା ତାଲିମ୍ ଶିବିର ଉଦଯାପିତ

0

ବେଲଗୁଣ୍ଠା,28/06, 5T ରୂପାନ୍ତରିତ ବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷଣ ନିମନ୍ତେ ଗତ 23 ତାରିଖ ଠାରୁ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଆରମ୍ଭ ହୋଇଥିବା 5T ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ଏବଂ ବରିଷ୍ଠ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କର ନେତୃତ୍ୱ ଏବଂ ଡ଼ିଜିଟାଲ୍ ଦକ୍ଷତା ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି I ଏହି ତାଲିମ୍ ଶିବିରରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ,ସୋରଡା ଏବଂ ପୋଲସରା ବ୍ଳକ୍ ର 28 ଟି 5T ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ପ୍ରତି ବିଦ୍ୟାଳୟରୁ ଜଣେ ଜଣେ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ତାଲିମ୍  ଗ୍ରହଣ କରିଥିଲେ I

ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ତାଲିମ୍ ର ଜିଲ୍ଳା ସ୍ତରୀୟ ସମ୍ବଳ ପ୍ରଶିକ୍ଷକ ଭାବେ ଭଂଜନଗରର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ ଏବଂ ହିଞ୍ଜିଳି କାଟୁ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ବରିଷ୍ଠା ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଯୋଗ ଦେଇଥିବା ବେଳେ ଡ଼ିଜିଟାଲ୍ ଦକ୍ଷତା ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମର ସମ୍ବଳ ପ୍ରଶିକ୍ଷକ ଭାବେ ଭଞ୍ଜନଗର ଏମ୍ଆଇଏସ୍ କୋର୍ଡିନେଟର୍ ସୁଶୀଲ କୁମାର ସାହୁ ଏବଂ ଧରାକୋଟ ଏମ୍ଆଇଏସ୍ କୋର୍ଡିନେଟର୍ ସନଜ କୁମାର ପାଢୀ ଯୋଗ ଦେଇ ବୈଷୟିକ ଶିକ୍ଷା ଉପରେ ପ୍ରଧାନ ଶିକ୍ଷକ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ I

ଆଜି ଉଦଯାପନୀ ଦିବସ ଅବସରରେ ଜିଲ୍ଳା ଶିକ୍ଷା ଶାସ୍ତ୍ର ସଂଯୋଜକ ସନ୍ତୋଷ କୁମାର ପଣ୍ଡା,ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ରାଜେଶ୍ କୁମାର ପ୍ରଧାନ,ଜିଲ୍ଳା ବିଜ୍ଞାନ ପରିଦର୍ଶକ ବିଷ୍ଣୁ ତ୍ରିପାଠି ଏବଂ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇ ଶିକ୍ଷକ ମାନଙ୍କୁ ତାଲିମ୍ ରେ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିବା ସହ ତାଲିମ୍ ର ବିଷୟବସ୍ତୁକୁ ବିଦ୍ୟାଳୟ କ୍ଷେତ୍ରରେ କାର୍ଯ୍ୟକ୍ଷମ କରିବା ପାଇଁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମକୁ ପରିଚାଳନାରେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିବା ବେଳେ ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ I

Leave A Reply