କରଞ୍ଜିଆ : ୨୮/୬ ରାଜ୍ୟ ଇପିଏଫ ପେନସନର୍ସ ଆସୋସିଏସନ ଆହ୍ୱାନ ରେ ଆଜି କରଞ୍ଜିଆ ଠାରେ ଇପିଏଫ ପେନସନ ଭୋଗି ମାନେ ଏକତ୍ରିତ ହୋଇ ପୋଷ୍ଟ କାର୍ଡ ରେ ଚିଠି ଲେଖି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଦାବି ପୂରଣ ପାଇଁ ନିବେଦନ କରିଛନ୍ତି l ବିଭିନ୍ନ ସରକାରୀ ବେସରକାରୀ କଳ କାରଖାନାରେ ଚାକିରି କରି ଅବସର ହେବା ପରେ ଭବିଷ୍ୟନିଧି ପାଣ୍ଠିରୁ ଏକ ହଜାର ଟଙ୍କା କିମ୍ବା ତା ଠାରୁ କମ୍ ପେନସନ ପାଉଥିବା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ,ଠାକୁରମୁଣ୍ଡା,ଯଶିପୁର,ରରୁ
ମାସିକ ପ୍ରଦାନ କରାଯାଉଥିବା ଏକହଜାର ଟଙ୍କା ପେନସନ ୯୦୦୦ ଟଙ୍କା କୁ ବୃଦ୍ଧି , ମହଙ୍ଗା ଭତ୍ତା ପ୍ରଦାନ ସହିତ ସମସ୍ତ ପେନସନ ଭୋଗୀଙ୍କୁ ଭାରତ ଆୟୁଷ୍ମାନ ଯୋଜନାରେ ଅତାର୍ଭୁକ୍ତ କରିବାକୁ ଓ ଦରମା ହାତରେ ଅଧିକ ପେନସନ ପ୍ରଦାନ ଦାବି ପୂରଣ ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ପ୍ରେରଣ କରିଛନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ କଳ କାରଖାନା ରେ ଚାକିରୀ କରି ଅବସର ନେବା ପରେ ଭବିଷ୍ୟନିଧି ପାଣ୍ଠି ବା ଇପିଏଫ ରୁ ବହୁ କର୍ମଚାରୀ ହଜାରେ କିମ୍ବା ତାଠାରୁ କମ ପେନଶନ ପାଉଛନ୍ତି।ଏହି ଦାବି ପୂରଣ ପାଇଁ ଗତ ୨୦୧୯ ମସିହା ଠାରୁ ବିଭିନ୍ନ ଆନ୍ଦୋଳନ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସହ ଵହୁବାର ରାଜ୍ୟ ସରକାର ଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ମାତ୍ର କୈାଣସି ସୁଫଳ ମିଳିନଥିଲା।
ତେଣୁ ଆସନ୍ତା ଜୁଲାଇ ମାସରେ ରାଜ୍ୟର ଥିବା ସମସ୍ତ ଆରଡିସି ଅଫିସ ଓ ଇ ପି ଏଫ୍ ଅଫିସ ସମ୍ମୁଖ ରେ ଗଣଧାରଣା,ବିକ୍ଷୋଭ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏତଦ୍ ସହିତ ଯଦି ଦାବି ପୂରଣ ନହୁଏ ତେବେ ଆସନ୍ତା ଶୀତ ଅଧିବେଶନରେ ଦେଶ ଓ ରାଜ୍ୟରୁ ସମସ୍ତ ବରିଷ୍ଠ ନାଗରିକ ଇପିଏଫ ପେନସନର ମାନେ ସାଂସଦ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସଂଘ ର ଜିଲ୍ଲା ଉପସଭାପତି ମଧୁସୂଦନ ଜେନା ଜଣାଇଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ବଟ କିଶୋର ମହାନ୍ତ, ପ୍ରତାପ ଚନ୍ଦ୍ର ମହାନ୍ତ, ଚାରୁଚନ୍ଦ୍ର ବୈଦ, ଯଦୁମଣି ମହାନ୍ତ, ତରଣୀ କାନ୍ତ ଗିରି, କ୍ଷିତିଶ ଚନ୍ଦ୍ର ମହାନ୍ତ,ମୁକୁନ୍ଦ ଚରଣ ମହାନ୍ତ ମହେଶ୍ୱର ନାଏକ , ସୀତାରାମ ମହାନ୍ତ , ସିମନ୍ ମହାନ୍ତ ,ଭକ୍ତ ମହାନ୍ତ ପ୍ରମୁଖ ଙ୍କ ନେତୃତ୍ୱରେ ପାଞ୍ଚପିଢ଼ ଉପଖଣ୍ଡର ଶତାଧିକ ପେନଶନ ଭୋଗୀ ଉପସ୍ଥିତ ହୋଇ ଚିଠି ମାଧ୍ୟମ ରେ ପ୍ରଧାନମନ୍ତ୍ରୀ ଙ୍କୁ ନିଜ ଦୁଃଖ ଜଣାଇ ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଥିଲେ ।