Odisha news

ବୈଜ୍ଞାନିକଙ୍କ ଚେତାବନୀ : ଜଳବାୟୁ ପ୍ରଦୂଷଣ ଯୋଗୁଁ ମାନବ ସମାଜର ଉଚତା ହ୍ରାସ ହେବାର ସମ୍ଭାବନା

0
ନୂଆଦିଲ୍ଲୀ : ଉଚତା ସାଧାରଣ ଭାବରେ ଅନୁବଂଶିକ ସରଞ୍ଚନା ଉପରେ ନିର୍ଭର କରିଥାଏ l ଏହାର ଅର୍ଥ ଆପଣ କେତେ ଉଚତା ବିଶିଷ୍ଟ ହେବେ, ଏହା ଆପଣଙ୍କ ମାତାପିତା ଙ୍କ ଉଚତା କୁ ନେଇ ନିର୍ଧାରିତ ହୋଇଥାଏ l କିନ୍ତୁ ନିକଟରେ ଉଚତାକୁ ନେଇ ଗୋଟିଏ ଗବେଷଣାରେ ଅଦ୍ଭୁତ ତଥ୍ୟ ସାମ୍ନାକୁ ଆସିଛି l ଯଦି ଲୋକମାନେ ସଚେତନ ନହେଲେ ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଉଚତା ୩ ରୁ ସାଢେ ୩ଫୁଟ ରେ ସୀମିତ ରହିବ l
ସାଧାରଣ ଭାବରେ ଭଲ ଉଚତା ଥିବା ବ୍ୟକ୍ତିଙ୍କ ର ଭଲ ବ୍ୟକ୍ତିତ୍ୱ ଅଟେ ବୋଲି କୁହାଯାଇ ଥାଏ l ସାଧାରଣ ଭାବରେ ପ୍ରତ୍ୟେକ ମାତାପିତା ପିଲାଟି ଦିନରୁ ନିଜର ସନ୍ତାନ ମାନଙ୍କ ଉଚ୍ଚତାକୁ ନେଇ ଚିନ୍ତିତ ଥାଆନ୍ତି l କିନ୍ତୁ ଯଦି ବର୍ତମାନ ବୈଜ୍ଞାନିକ ମାନଙ୍କର ଏହି ଚେତାବନୀ ସତ୍ୟ ହେଲା ତେବେ ମଣିଷ ସମାଜ ବାମନ ହୋଇଯିବେ l ବୈଜ୍ଞାନିକ ମାନେ ଗବେଷଣାରେ କହିଛନ୍ତି ଯେ କାର୍ବନ ଡାଇଅକ୍ସାଇଡ ର ଉତ୍ସର୍ଗ ଚରମ ସୀମାରେ ପହଂଚି ଯାଇଛି l ଗ୍ଲୋବାଲ ୱାର୍ମିଙ୍ଗ କାରଣରୁ ପୃଥିବୀର ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି l
ଏହି ସମୟରେ ଏଡ଼ିନବର୍ଗ ବିଶ୍ୱ ବିଦ୍ୟାଳୟର ଜୀବାସ୍ମ ଜଣେ ପ୍ରଫେସର ଷ୍ଟିବ ବୃଷେଟ ଆଶା କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ର ସ୍ଥିତି ରେ ଜୀବିତ ରହିବା ପାଇଁ ମଣିଷର ଜୀବାଶ୍ମ ସଙ୍କୁଚିତ ହୋଇଯିବ ।
ଏହି ଅଧ୍ୟୟନ ରେ ପ୍ରଫେସର କହିଛନ୍ତି ଯେ ଇଣ୍ଡୋନେସିଆ ନିକଟସ୍ଥ ଗୋଟିଏ ଦୀପ ରେ ଲୋକ ମାନଙ୍କ ଉଚ୍ଚତା ପାଖାପାଖି ସାଢେ଼ ୩ ଫୁଟ ଥିଲା । ଏହାଛଡା ପୃଥିବୀ ର ତାପମାତ୍ରା ଓ ଶରୀର ଆକାର ମଧ୍ୟରେ ସିଧା ସଳଖ ସମ୍ବନ୍ଧ ରହିଛି । ସେଥିପାଇଁ ଗବେଷକ ଙ୍କ ଚିନ୍ତା ମଣିଷ ସମାଜ ପାଇଁ ଚିନ୍ତା ବଢ଼ାଇଛି ।
Leave A Reply